Home Uncategorized ପୁଣି ଏକାଠି ଆସୁଛନ୍ତି ଏହି ସୁପରହିଟ୍ ଯୋଡି

ପୁଣି ଏକାଠି ଆସୁଛନ୍ତି ଏହି ସୁପରହିଟ୍ ଯୋଡି

ରାହୁଲ-ଅଞ୍ଜଲୀ ବା ରାଜ୍‌-ସିମ୍‌ରନ୍‌ ଚରିତ୍ରରେ ଦର୍ଶକଙ୍କ ମନ ଜିଣିଥିବା ଖୁବ୍‌ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ଶାହାରୁଖ୍‌ ଖାନ୍‌ ଓ କାଜୋଲ୍‌। ଦୁହେଁ ବଲିଉଡ୍‌ ଜଗତକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କୁ ସ୍କ୍ରିନ୍‌ରେ ଏକାଠି ଦେଖିବାକୁ ଦର୍ଶକ ଚାହିଁ ବସିଥାନ୍ତି। ଆଉ ଏହା ଜାଣିଲାପରେ ସମସ୍ତେ ନିହାତି ଖୁସି ହେବେ ଯେ, ଦୁହିଁଙ୍କୁ ପରଦାରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ।

ଏହି ଯୋଡ଼ି ଖୁବ୍‌ ଶୀଘ୍ର ଏକ ଫିଲ୍ମର ସିକ୍ୱେଲରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା ଦିନେଶ ବିଜନ୍‌ ନିଜର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍‌-୨’ର ସିକ୍ୱେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଯେଉଁଥି ପାଇଁ ଉଭୟ କିଙ୍ଗ୍‌ ଖାନ୍‌ ଓ କାଜୋଲଙ୍କୁ ଅଭିନୟ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଶୁଣିବାକୁ ମିଳିଛି।

୨୦୧୭ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ରେ ଇରଫାନ୍‌ ଖାନ୍‌ ଲିଡ୍‌ ଚରିତ୍ରରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ସାକେତ ଚୌଧୁରୀ। ତେବେ ‘ହିନ୍ଦୀ ମିଡିୟମ୍‌-୨’ରେ ପୂର୍ବଭଳି ଇରଫାନ୍‌ ଖାନ୍‌ ନିଜ ଭୂମିକାରେ ରହିବେ। ଇର୍‌ଫାନ୍‌ଙ୍କ ଦେହ ଭଲ ନଥିବାରୁ ଏଥର ପ୍ରଯୋଜକ ଦିନେଶ ଭିଜାନ ଇର୍‌ଫାନ୍‌ଙ୍କ ସହ ନୂଆ ଷ୍ଟାର କାଷ୍ଟ୍‌ଙ୍କୁ ନେଇ ‘ହିନ୍ଦୀ ମିଡିୟମ୍‌ର-୨’ ତିଆରି ହେବ। ଏହି ଫିଲ୍ମର ଶୁଟିଂ ଭାରତ ସହ ଆମେରିକାରେ ହେବ ବୋଲି ଜଣାପଡ଼ିଛି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...