Home Uncategorized ନାୟିକାରୁ ଖଳନାୟିକା

ନାୟିକାରୁ ଖଳନାୟିକା

ଟେଲିଭିଜନ ଜଗତରେ ସୁନ୍ଦରୀ ତଥା ଆଦରଣୀୟା ବୋହୂ ଭାବେ ନିଜ ନାମକୁ ସୁରକ୍ଷିତ କରିଥିବା ହିନା ଖାନ୍ ଏବେ ଖଳନାୟିକା ଭାବେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ୨୦୦୯ରେ ଆରମ୍ଭ ହୋଇଥିବା ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କ୍ୟାରିୟର ଆରମ୍ଭ କରିଥିଲେ ହିନା। ଏଥିରେ ଅକ୍ସରା ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। କାହାଣୀରେ ପରିବର୍ତ୍ତନ କାରଣରୁ ସେ ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଲେ। ପରେ ବିଗ୍‌ ବସ୍‌ରେ ଯୋଗ ଦେଇ ଏକ ଲମ୍ବା ବିରତି ନେଇଥିଲେ ହିନା। ନିଜ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ କୌଣସି ସୁରାକ୍ ଦେଇନଥିବା ଏଇ ସୁନ୍ଦରୀ ଏଥରକ ଖଳନାୟିକା ହେବାର ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଏକତା କପୁର ପ୍ରଯୋଜିତ ଓ ନିର୍ଦେଶିତ ‘କସୌଟୀ ଜି​‌େ​‌ନ୍ଦଗୀ କେ-୨’ରେ ହିନା ଏଥରକ ‘କୋମୋଲିକା’ ଭୂମିକାରେ ଦେଖାଦେବେ। ପ୍ରଥମ ଭାଗ କସୌଟୀ..କାହାଣୀରେ ଏଇ କୋମୋଲିକା ଚରିତ୍ରରେ ଉର୍ବଶୀ ଢୋଲକିଆ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କ ଅଭିନୟ ଶୈଳୀକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଇଥିଲା। ସମୀକ୍ଷକ ମହଲରେ ଆଲୋଚନା ଚାଲିଛି ଯେ ହିନା ଖଳନାୟିକା ଭାବେ ସଫଳ ନ ହେବାର ଆଶଙ୍କା ଅଧିକ। ତେବେ ହିନା ଏଇ ଭୂମିକା ପାଇଁ ଖୁବ୍ ପରିଶ୍ରମ କରିଥିବାର ଜଣାପଡ଼ିଛି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...