Uncategorized

ଗଣେଶ ପୂଜାରେ ଆସିବ ‘ଲଭ୍‌ ଏକ୍ସପ୍ରେସ୍‌’

ଆଗାମୀ ଗଣେଶ ପୂଜାରେ ରିଲିଜ୍‌ ହେବ ଏକ ଓଡ଼ିଆ ସିନେମା । ଏହା ହେଉଛି ସାର୍ଥକ ମ୍ୟୁଜିକ୍‌ର ୨୪ ତମ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍‌ ଏକ୍ସପ୍ରେସ୍‌’। ଏହି ସିନେମା ଜରିଆରେ ଓଲିଉଡକୁ ଫେରିଲେ ଏକ ଯୋଡ଼ି। ଏହି ଯୋଡି ହେଲେ ସ୍ୱରାଜ-ସନମୀରା। ଓଲିଉଡର ଏହି ଟିନ୍‌ ଏଜର୍‌ ଯୋଡି ସ୍ୱରାଜ-ସନମୀରାଙ୍କର ପ୍ରଥମ ସିନେମା ହେଲା ‘ଲୈଲା ଓ ଲୈଲା’। ଏହି ଯୋଡ଼ିକୁ ପରଦାକୁ ଆଣିଥିଲେ ସାର୍ଥକ ମ୍ୟୁଜିକ୍‌।
‘ଲୈଲା ଓ ଲୈଲା’ ରେ ସ୍ୱରାଜ୍‌-ସନମୀରାଙ୍କ ଯୋଡ଼ି ଜମିଯାଇଥିଲା। ଏଥିରେ ଥିବା ଦୁଇଟି ଗୀତ ଏହି ଯୋଡିକୁ ଅଧିକ ଲୋକପ୍ରିୟ କରିଥିଲା। ଏହି ଦୁଇ ଗୀତ ହେଲା-ସୁକୁଟି ସାହୁ ଆଂଜେଲ୍‌ ପ୍ରିୟା.. ଓ ଫାର୍ଷ୍ଟ ଟାଇମ୍‌ ଗୋଟେ ଝିଅ..।

‘ଳୈଲା ଓ ଲୈଲା’ ପରେ ପୁଣି ଏହି ସ୍ୱରାଜ୍‌-ସନମୀରା ଯୋଡ଼ି ଆସୁଛନ୍ତି ଏକ ନୂଆ ସିନେମାରେ। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଲଭ୍‌-ଏକ୍ସପ୍ରେସ’। ସିଦ୍ଧାର୍ଥ ଟିଭି ନିବେଦିତ ତଥା ସାର୍ଥକ ମ୍ୟୁଜିକ ନିବେଦିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ।
ଏହି ସିନେମାର ଓଲିଉଡର ଦୁଇ ଲୋକପ୍ରିୟ ଅଭିନେତା ବବି ମିଶ୍ର ଓ ପିଣ୍ଟୁ ନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Loading...
Loading...

Join The Discussion

Loading...