Uncategorized

ଏହି ଦୁଇ ଷ୍ଟାରକିଡ୍ସଙ୍କ ସହ ଅଭିନୟ କରିବାକୁ ଚାହାଁନ୍ତି ବରୁଣ

ଅଭିନେତା ବରୁଣ ଧାୱନଙ୍କ ଇଚ୍ଛା, ସେ ନୂଆ ନାୟିକା ସାରା ଅଲ୍ଲୀ ଖାନ୍ ଓ ଜାହ୍ନବୀ କପୁରଙ୍କ ସହିତ ଫିଲ୍ମ କରିବେ । ବରୁଣ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ଇନ୍ଷ୍ଟାଗ୍ରାମ୍ରେ । ହଁ, ଆପଣ ତ ଜାଣନ୍ତି, ଷ୍ଟାର୍କିଡ୍ସ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍ ଏହାରି ଭିତରେ ବଲିଉଡ୍ ଡେବ୍ୟୁ କରିସାରିଲେଣି । ପ୍ରଥମ ପଦାର୍ପଣରେ ଉଭୟେ ଦର୍ଶକ ଓ ସମୀକ୍ଷକଙ୍କୁ ମଧ୍ୟ ମୁଗ୍ଧ କରିସାରିଛନ୍ତି । କେବଳ ସେତିକି ନୁହେଁ, ଇତି ମଧ୍ୟରେ ଉଭୟେ ନିଜ ନିଜ ଦ୍ୱିତୀୟ ଫିଲ୍ମର କାମ ମଧ୍ୟ ଆରମ୍ଭ କରିଦେଲେଣି । ଦୁହିଁଙ୍କର ଏଭଳି ଲୋକପ୍ରିୟତା ବରୁଣଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିଛି । ବର୍ତ୍ତମାନ ସେ ହାଇଦ୍ରାବାଦରେ ଆଲିଆ ଭଟ୍ଟଙ୍କ ସହ ‘କଲଙ୍କ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂରୁ ଟିକେ ଫୁର୍ସତ ପାଇ ସେ ଇନ୍ଷ୍ଟାଗ୍ରାମ୍ରେ ଆକ୍ଟିଭ୍ ଥିବାବେଳେ କେହି କେହି ତାଙ୍କୁ ପଚାରିଥିଲେ ସେ ବଲିଉଡ୍ର ନୂଆ ମୁହଁଙ୍କ ଭିତରୁ କାହା ସହ କାମ କରିବାକୁ ଅଧିକ ଆଗ୍ରହୀ । ଜାହ୍ନବୀ ଓ ସାରାଙ୍କ ନାଁ ନେଇଥିଲେ ବରୁଣ । ଏହା ସହିତ ଆୟୁଷ୍ମାନ ଖୁରାନ୍ନା ଓ ରାଜକୁମାର ରାଓଙ୍କ ସହିତ ଫିଲ୍ମ କରିବାକୁ ଆଗ୍ରହୀ ବୋଲି କହିଥିଲେ ସେ । ବରୁଣଙ୍କ ଏଭଳି ଇଚ୍ଛା ସାରା ଓ ଜାହ୍ନବୀଙ୍କୁ ପ୍ରେରଣା ଯୋଗାଇଥିବ ନିଶ୍ଚୟ । ଏମିତିରେ ବରୁଣ-ସାରା-ଜାହ୍ନବୀଙ୍କ କେମିଷ୍ଟ୍ରି ମଧ୍ୟ ଖୁବ୍ ସୁନ୍ଦର ହେବ ।

Loading...

Join The Discussion

Loading...