Uncategorized

ଏହି କାରଣରୁ ଶିଳ୍ପାଙ୍କ ମନ ଦୁଃଖ

ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି।  ସେ ଆଗରୁ ମଧ୍ୟ ୨୦୦୭ ବିଗ ବ୍ରଦର ସୋରେ ବର୍ଣ୍ଣବୈଷ୍ୟମର ଶିକାର ହୋଇ ସାରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଶିଳ୍ପା ବହୁତ ଦୁଃଖୀ ହୋଇଯାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ବିମାନବନ୍ଦର ଚେକ୍ ଇନ୍ କାଉଣ୍ଟରରେ ମେଲ୍ ନାମକ ଜଣେ ମହିଳା କର୍ମଚାରୀ ଶିଳ୍ପାଙ୍କର ଦୁଇଟି ବଡ ବ୍ୟାଗକୁ ନେଇ ଆପତ୍ତି ଉଠାଇଥିଲେ । ଯେ ତାଙ୍କ ବ୍ୟାଗକୁ ବହୁତ ବଡ଼ ବୋଲି କହି କ୍ୟାବିନ୍‌ରେ ରଖିବାକୁ ମଧ୍ୟ ମନା କରିଦିଆଗଲା।  କିନ୍ତୁ ଶିଳ୍ପା ଆରୋପ ଲଗାଇ ଲେଖିଛନ୍ତି ଯେ, ତାଙ୍କ ପାଖରେ ଥିବା ବ୍ୟାଗର ଆକାର ଛୋଟ ଅଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏୟାରପୋର୍ଟର ଷ୍ଟାଫ୍‌ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି। ଶିଳ୍ପା ବ୍ୟାଗ୍‌ ସହ ଏକ ଫଟୋ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି  ଲେଖିଛନ୍ତି ଯେ, କ’ଣ ସତରେ ଏହି ବ୍ୟାଗଟି ବଡ଼ ଥିଲା ଯେ ଏହାକୁ ଜାହାଜରେ ନେଇ ଯାଇ ହେବନି। ଶିଳ୍ପା ସେଟ୍ଟୀ ମଧ୍ୟ ୨୦୦୭ ମସିହାରେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଥିଲେ । ବ୍ରିଟିଶ ଟେଳିଭିଜନରେ ସେଲିବ୍ରିଟି ବିଗ୍ ବ୍ରଦର ସୋ ରେ ତାଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦିଆଯାଇଥିଲା । ଏହି ସୋ ଶିଳ୍ପା ସେଟ୍ଟୀ ଜିତିଥିଲେ ।

Loading...

Join The Discussion

Loading...