State

ୱାଇଫାଇ ହେଲା ରାଜଧାନୀ ଭୁବନେଶ୍ୱର

  •  
  • 4
  •  
  •  
  •  
  •  
  •  
    4
    Shares

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭୁବନେଶ୍ୱର ମି ୱାଇଫାଇ ପ୍ରକଳ୍ପକୁ ଉଦ୍ଘାଟନ କରି ରାଜଧାନୀବାସୀଙ୍କର ମନ କିଣିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଭୁବନେଶ୍ୱର ସହର ପାଇଁ ଆଜିର ଦିନ ଏକ ଐତିହାସିକ ଦିନ । ସୂଚନା ପ୍ରଯୁକ୍ତ ବିଜ୍ଞାନ କ୍ଷେତ୍ରରେ ମନ୍ଦିର ମାଳିନୀ ଭୁବନେଶ୍ୱର ବିଶ୍ୱର ଅଗ୍ରଣୀ ସହର ଭାବେ ତୁଳନୀୟ ହୋଇଛି । ଏଣିକି ରାଜଧାନୀବାସୀ ୱାଇଫାଇ ମାଗଣା ଇଣ୍ଟରନେଟ୍ ସୁବିଧା ପାଇପାରିବେ । ୧୦୦ଟି ହଟ୍ସ୍ପଟ ଓ ୨୭୫ଟି ଆକ୍ସେସ୍ ପଏଣ୍ଟରୁ ଏହା କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପରେ ମୋଟ ୫୦୦ ହଟସ୍ପଟ୍ ଓ ୧୮୦୦ ଆକ୍ସେସ୍ ପଏଣ୍ଟକୁ କାର୍ଯ୍ୟକାରୀ କରାଯିବ । ୨ଏମ୍ବିପିଏସ୍ ସ୍ପିଡ୍ରେ ଜଣେ ବ୍ୟବହାରକାରୀ ୨୫୦ ଏମ୍ପି ମାଗଣା ଡାଟା ପାଇପାରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଟେକ୍ନୋଲୋଜି ଟ୍ରାନ୍ସଫରେନ୍ସି ଓ ଟିମ୍ ୱାର୍କ ୩ଟି ସଂକଳ୍ପ କଥା ଦୋହରାଇ ଆସନ୍ତା ଦିନରେ ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ସହର ଭଳି କଟକ, ସମ୍ବଲପୁର, ରାଉରକେଲା, ପୁରୀ, ବ୍ରହ୍ମପୁର ସହରରେ ମାଗଣା ୱାଇଫାଇ ଇଣ୍ଟର ସେବା ଆରମ୍ଭ କରାଯିବ ବୋଲି କହିଥିଲେ । ଉଦ୍ଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱରର ଦୁଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଟି ଓ ସ୍ମାର୍ଟ ସିଟିର ଅଧ୍ୟକ୍ଷ ଆର୍ ବାଳକ୍ରିଷ୍ଣନ୍ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...