ମେଟ୍ରୋ ଟିଭି ବ୍ୟୁରୋ : ଆଜି ହେଉଛି ଛାଡଖାଇ । ଧର୍ମ ମାସ କାର୍ତ୍ତିକ ମାସ ସାରା ଲୋକମାନେ ଆମିଷ ଛାଡି ନିରାମିଷ ଭୋଜନ କରିଥାନ୍ତି । ଲୋକ ଏହି ଛାଡଖାଇକୁ ପାଳନ କରିବା ପାଈଁ ଖାସ କରି ଏହି ଦିନକୁ ଅତ୍ୟନ୍ତ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ଆଜି କିଏ ମାଛ ତ ଆଉ କିଏ ଚିକେନ , ମଟନ ନେଇ ଘରକୁ ଯାଉଛି । ଦୋକାନ ବଜାରରେ ଆଜି ସକାଳୁ ସକାଳୁ ଭିଡ ଜମିଥାଏ କିନ୍ତୁ ଏଥର ମଙ୍ଗଳବାର ପଡିଥିବାରୁ ଛାଡଖାଇ ଫିକା ପଡିଛି । ମାର୍କେଟରେ ବିଶେଷ ଭିଡ ମଧ୍ୟ ଜମିନାହିଁ । କିନ୍ତୁ ଏଥର ଛାଡଖାଇ ମଙ୍ଗଳବାର ପଡିଥିବାରୁ ବେପରୀଙ୍କ ବେପାର ଚାହିଦା କମିଯାଇଛି । ବେପାରୀ ମାନେ ଆଜି ହାତ ଟେକି ବସିଥିବା ବେଳେ ଆସନ୍ତାକାଲି ଭିଡ ଜମିବ ବୋଲି ଆଶା ରକିଛନ୍ତି । ଆସନ୍ତାକାଲି ବୁଧବାର ଥିବାରୁ ବେପାରୀମାନେ ଭଲ ବେପାର ଜମିବ ବୋଲି ଆଶା ରଖିଛନ୍ତି ।