State

ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ଗୁରୁ

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର : 19 ଦିନ ବିତିଲାଣି। ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକ ଏବେ ବି ରାଜଧାନୀ ରାସ୍ତାରେ ହକ୍‌ ପାଇଁ ଲଢ଼େଇ କରୁଛନ୍ତି। ଦିନରାତି ଏକ କରି ଧାରଣାରେ ବସିଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଦାବି ପୂରଣ କରିବା ଦୂରର କଥା ଏପର୍ଯ୍ୟନ୍ତ କୌଣସି ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ଏପର୍ଯ୍ୟନ୍ତ ଶିକ୍ଷକଙ୍କୁ ଭେଟିବାକୁ ଆସିନାହାନ୍ତି। ମନ୍ତ୍ରୀସ୍ତରୀୟ କମିଟି ବୈଠକ ଥରୁଟିଏ ବସିଥିଲେ ମଧ୍ୟ ଏଥିରେ ଶିକ୍ଷକଙ୍କୁ ସାମିଲ କରାଗଲା ନାହିଁ କି ଆଉ ଆଲୋଚନା ହେଲାନି। ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଉ 2 ଦିନ ପରେ ଗୁରୁ ଦିବସ ପଡ଼ୁଥିବାରୁ ସେହିଦିନ ଶିକ୍ଷକ ଓ ଅଧ୍ୟାପକମାନେ ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରିବା ସହ ଆଖିରେ କଳାପଟି ବାନ୍ଧିବେ। ସ୍କୁଲ କଲେଜରେ ତାଲା ପକାଇ ରାସ୍ତାରେ ଲଢ଼େଇ କରିବାକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...