State

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାରଥୀ

  •  
  • 26
  •  
  •  
  •  
  •  
  •  
    26
    Shares
ଭୁବନେଶ୍ୱର:ବିରୋଧୀଙ୍କ ଘନ ଘନ ଦାବି ଓ ବିଭିନ୍ନ ଆଡ଼ୁ ସମାଲୋଚନାର ଶୀକାର ହେବା ପରେ ଶେଷରେ ହାର ମାନିଛନ୍ତି ରାଜ୍ୟ ସରକାର । ମୁଣ୍ଡ ନୁଆଁଛନ୍ତି ବିଜେଡ଼ି ସରକାରଙ୍କ ବାହୁବଳୀ ମନ୍ତ୍ରୀ ପ୍ରଦୀପ ମହାରଥୀ । ପିପିଲି ଗଣଦୁଷ୍କର୍ମ ମାମଲାରେ ପୁଣି ଥରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ । ସେ ପଞ୍ଚାୟତରାଜ ଓ କୃଷି ବିଭାଗ ଛାଡ଼ିଛନ୍ତି ।

ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ ମହାରଥୀ ଅତି ଲଜ୍ଜାଜନକ ଓ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ପୀଡ଼ିତାକୁ ନ୍ୟାୟ ମିଳିଛି । ସତ୍ୟର ଜୟ ହୋଇଛି । ଏହା ପରେ ବିଭିନ୍ନ ଆଡ଼ୁ ଉଭୟ ମନ୍ତ୍ରୀ ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା ବାରମ୍ବାର ଆନ୍ଦୋଳନ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ । ଏପରିକି ଶନିବାର ବାରିପଦା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିପିଲି ପୀଡ଼ିତା ମାମଲାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ମଧ୍ୟ କହିଥିଲେ । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବିଷୟରେ ମହାରଥୀଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା କରାଯାଉଛି । ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ପ୍ରଦୀପ ମହାରଥୀ । ତେବେ ଆଜି ସମାନ ପ୍ରସଙ୍ଗରେ ପୁଣି ଥରେ ମନ୍ତ୍ରୀ ପଦ ହରାଇଛନ୍ତି ମହାରଥୀ ।

ଅନ୍ୟପକ୍ଷରେ ଆଗକୁ ନିର୍ବାଚନ ଥିବାରୁ ସରକାର ନିଜର ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଜିବି ରାଜ୍ୟ କଂଗ୍ରେସ ପ୍ରେସ୍‌ ମିଟ୍‌ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏକ ନିନ୍ଦନୀୟ ଜଘନ୍ୟ ଘଟଣାକୁ ରଫାଦଫା କରିବାକୁ ଶାସକ ଦଳ ନିଜ ଦଳରୁ ସାକ୍ଷୀ ଦେଇଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ ।

Loading...
  •  
    26
    Shares
  •  
  • 26
  •  
  •  
  •  
  •  
Loading...

Join The Discussion

Loading...