ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝରା ଘାଟିରେ ଏହି ଘଟଣା ଘଟିଛି। ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଅଧିକ ମକା ଚାଷ ହୋଇଥିଲା। ହାତୀଟି ମକା ଖାଇବାକୁ ଆସିଥିବା ବେଳେ ଏହି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ବନ ବିଭାଗକୁ ଖବର ଦିଆଯାଇଛି। ସୂଚନାଯୋଗ୍ୟ ଯେ, କିଛି ଦିନ ଆଗରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧିନସ୍ଥ କିଆକଟା ଥାନା ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମରେ ମଧ୍ୟ ବିଦ୍ୟୁ ସଂସ୍ପର୍ଶରେ ଏକ ହାତୀର ମୃତ୍ୟୁ ଘଟିଥିଲା । ଏପରି ବାରମ୍ବାର ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗରେ ଚେତାପଶୁନି ।
Loading...