Home ରାଜ୍ୟ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ; ମୁଖ୍ୟମନ୍ତ୍ରୀ କହିଲେ ଟିକା ଆସିବା ଯାଏଁ ସାବଧାନ...

ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ; ମୁଖ୍ୟମନ୍ତ୍ରୀ କହିଲେ ଟିକା ଆସିବା ଯାଏଁ ସାବଧାନ ରହିବା ଓ ସଂକ୍ରମଣକୁ ରୋକିବା; ମୋଦୀଙ୍କ ଚେତାବନୀ ଲକଡାଉନ ଯାଇଛି ; ଯାଇନି ଭାଇରସ୍‌

ମେଟ୍ରୋ ଟିଭି ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ପାର୍ବଣ ଋତୁରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତିକି ଶୀତ ଋତୁ ରେ ମହାମାରୀ କରୋନା ଭୟଙ୍କ ରୂପ ନେଇପାରେ । ତେଣୁ ଭ୍ୟାକସିନ୍ ନଆସିବା ଯାଏଁ ଆମକୁ ସତର୍କ ରହିବାକୁ ପଡିବ । ସେହିପରି ଆଗକୁ ଦୂର୍ଗା ପୂଜା ଓ ଦୀପାବଳୀ ଆସୁଛି , ପୂଜା ସମୟରେ ସର୍ବସାଧାରଣ ସ୍ଥାନରେ ଭିଡ ନକରି , ବାହାରକୁ ନଯାଇ ଘରେ ରହି ମାଁଙ୍କୁ ପୁଜା କରନ୍ତୁ ୧ ପରିବାର ସହ ପର୍ବ ପାଳନ୍ତୁ ବୋଲି ରାଜ୍ୟ ବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ସାବଧାନ ରହିଲେ ସଂକ୍ରମଣ ବଢିବ ନାହିଁ । ସେହିପରି ରାଜ୍ୟରେ ସଂକ୍ରମଣ ୪ ହଜାରରୁ ୨ ହଜାରକୁ ଖସିଛି । ଏନେଇ ରାଜ୍ୟରେ ଯେପରି ସଂକ୍ରମଣ ନବଢୁ ତାହାକୁ ଧ୍ୟାନ ଦେବା ପାଇଁ ଓ ପୂର୍ଣ୍ଣ ସହେଯାଗ କରିବାକୁ ଅନୁରୋଧ କରିଛନ୍ତି ।
ସେହିପରି ଦୁର୍ଗା ପୂଜା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି କି ଦେଶରେ ଲକ୍‌ଡାଉନ୍ ହଟିଛି କିନ୍ତୁ ଭାଇରସ୍ ହଟି ନାହିଁ । ଏଭଳି ସ୍ଥିତିରେ ସାମାନ୍ୟ ଢିଲା କଲେ ବିପଦ ଆସିବ ବୋଲି କହିଛନ୍ତି । ସେହିପରି ମୃତ୍ୟୁ ହାର କମ୍ ଥିବା ବେଳେ ସୁସ୍ଥ ହାର ଅଧିକ ରହିଛି । ତେଣୁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତିକୁ ନେଇ ଗତ ସାତ ମାସରେ ସପ୍ତମ ଥର ପାଇଁ ସମ୍ବୋଧନ କରିଛନ୍ତି ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...