Home ରାଜ୍ୟ ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର

ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର

ମେଟ୍ରୋ ଟିଭି ବ୍ୟୁରୋ : ଏଥର ଝଲସିବ ଏକାମ୍ର କ୍ଷେତ୍ରର ଐତିହ୍ୟ ଓ କୀର୍ତ୍ତୀରାଜି । ଶ୍ରୀ କ୍ଷେତ୍ର ପରେ ଏବେ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଓ ସୈାନ୍ଦର୍ଯକରଣ ପାଇଁ ପଞ୍ଚମ ପାଳିର ପଦକ୍ଷପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ଲିଙ୍ଗରାଜ ମନ୍ଦିରର ଚାରି ପାଶ୍ୱର୍ରେ ୬୬ ଏକର ପରିମିତ ଅଂଚଳରେ ଉନ୍ନତିମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି । ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦିଆଯିବା ପାଇଁ ଆଗାମୀ ରୂପରେ ମହାଶିବରାତ୍ରୀରେ ମହାପ୍ରଭୁଙ୍କୁ ଗୋଟିଏ ସମୟରେ ଲକ୍ଷେ ଭକ୍ତ ଏକାଠି ଯେପରି ଦର୍ଶନ କରିପାରିବେ । ସେହିପରି ଲିଙ୍ଗରାଜ ମନ୍ଦିର ଚାରିପାଖରେ ଥିବା ଦୋକାନ ଓ ବଜାର ହଟିବା ପରେ ବିନ୍ଦୁସାଗର ଓ ରଥଖଳା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଶ୍ରାବଣ ମାସରେ ଆସୁଥିବା ଲକ୍ଷ ଲକ୍ଷ କାଉଡିଆ ଆରାମରେ ଜଳଲାଗି କରିପାରିବେ । ଭକ୍ତମାନେ ମନ୍ଦିର ପରିକ୍ରମା କରିପାରିବେ ଏଭଳି ବ୍ୟବସ୍ଥା ରହିଛି । ବିନ୍ଦୁସାଗର ମଧ୍ୟ ନୂଆ ରୂପରେ ପାଇବେ । ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଅନ୍ୟ ମନ୍ଦିର ଗୁଡିକର ମଧ୍ୟ ଉନ୍ନତି କରଣ କରାଯିବ । ଏହା ସହ ଭଜନ ମଣ୍ଡପ ଓ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । କେଦାରଗୈାରୀର ଜଳ ନିଷ୍କାସନ ମଧ୍ୟ କରାଯିବ । ଏହି ପ୍ରକଳ୍ପକୁ କରିବା ପାଇଁ ନବୀନଙ୍କ ମାର୍ଗଦର୍ଶନରେ ପୂରା ଟିମ୍ ଲାଗିପଡିଛନ୍ତି ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...