State

ଦିଲ୍ ୱିଦାଉଟ୍ ବିଲ ଆପର ଶୁଭାରମ୍ଭ

  •  
  • 6
  •  
  •  
  •  
  •  
  •  
    6
    Shares

ଭୁବନେଶ୍ୱର: ପ୍ରଶାନ୍ତି ମେଡିକାଲ ସର୍ଭିସେସ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ର ରାଜକୋଟ ହସ୍ପିଟାଲ୍ରେ ଓଡ଼ିଶା ଲୋକଙ୍କୁ ମାଗଣାରେ ହୃଦ୍ରୋଗ ଚିକିତ୍ସା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ହାଇକୋର୍ଟର ମୁଖ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି । ରବିବାର ସ୍ଥାନୀୟ ସାଇ ଜନନୀଠାରେ ଅନୁଷ୍ଠିତ ମେଗା ହାର୍ଟ (ହୃଦ୍) କ୍ୟାମ୍ପକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏଭଳି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଶିବିର ଦ୍ୱାରା ଗରିବ ଓ ସାଧାରଣ ଲୋକେ ହୃଦ୍ରୋଗ ପରୀକ୍ଷା କରିପାରିବେ । ପରବର୍ତ୍ତୀ ସମୟରେ ସେମାନେ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲରେ ରାଜକୋଟ୍ଠାରେ ମାଗଣାରେ ଅସ୍ତ୍ରୋପଚାର କରିପାରିବେ । ଫାଉଣ୍ଡେସନର ଏଭଳି ମହତ କାର୍ଯ୍ୟକୁ ଶ୍ରୀ ସତ୍ୟସାଇ ଓ ସାଇବାବା ଆଶୀର୍ବାଦ ଅର୍ପଣ କରିଛନ୍ତି । ଯାହାକି ଗରିବ ଓ ସାଧାରଣ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଫାଉଣ୍ଡେସନ ପକ୍ଷରୁ ଆଉ ଏକ ଅତ୍ୟାଧୁନିକ ହସ୍ପିଟାଲ ଅହମ୍ମଦାବାଦ୍ରେ କରାଯାଇଛି ।ଏହି ନୂଆ ହସ୍ପିଟାଲରେ ଓଡ଼ିଶା ଲୋକଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଚିକିତ୍ସା ସୁବିଧା ଦିଆଯିବ । ସେଥିପାଇଁ ଫାଉଣ୍ଡେସନ୍ ଆଜି ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ସେହିପରି ରାଜ୍ୟ ସରକାର ମଧ୍ୟ ହୃଦ୍ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ସବୁ ପଦକ୍ଷେପ ନେଉଛନ୍ତି । ରାଜ୍ୟର ସରକାରୀ ମେଡିକାଲ କଲେଜରେ ହୃଦ୍ରୋଗ ବିଭାଗ ଖୋଲିବା ସହ ଝାରସୁଗୁଡ଼ାରେ ମଧ୍ୟ ଏକ ହୃଦ୍ ହସ୍ପିଟାଲ ଖୋଲିବାକୁ ଯାଉଛନ୍ତି । ଏହାବାଦ୍ ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରି ହୃଦ୍ରୋଗ ଚିକିତ୍ସା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଏସ୍ଟିଏଫ୍ ମାଧ୍ୟମରେ ୧୩,୫୦୦ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ର ରାଜକୋଟ ହସ୍ପିଟାଲ୍ରେ ଓଡ଼ିଶା ଲୋକଙ୍କୁ ମାଗଣାରେ ହୃଦ୍ରୋଗ ଚିକିତ୍ସା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ହାଇକୋର୍ଟର ମୁଖ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି । ରବିବାର ସ୍ଥାନୀୟ ସାଇ ଜନନୀଠାରେ ଅନୁଷ୍ଠିତ ମେଗା ହାର୍ଟ (ହୃଦ୍) କ୍ୟାମ୍ପକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏଭଳି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଶିବିର ଦ୍ୱାରା ଗରିବ ଓ ସାଧାରଣ ଲୋକେ ହୃଦ୍ରୋଗ ପରୀକ୍ଷା କରିପାରିବେ । ପରବର୍ତ୍ତୀ ସମୟରେ ସେମାନେ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲରେ ରାଜକୋଟ୍ଠାରେ ମାଗଣାରେ ଅସ୍ତ୍ରୋପଚାର କରିପାରିବେ । ଫାଉଣ୍ଡେସନର ଏଭଳି ମହତ କାର୍ଯ୍ୟକୁ ଶ୍ରୀ ସତ୍ୟସାଇ ଓ ସାଇବାବା ଆଶୀର୍ବାଦ ଅର୍ପଣ କରିଛନ୍ତି । ଯାହାକି ଗରିବ ଓ ସାଧାରଣ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଫାଉଣ୍ଡେସନ ପକ୍ଷରୁ ଆଉ ଏକ ଅତ୍ୟାଧୁନିକ ହସ୍ପିଟାଲ ଅହମ୍ମଦାବାଦ୍ରେ କରାଯାଇଛି ।ଏହି ନୂଆ ହସ୍ପିଟାଲରେ ଓଡ଼ିଶା ଲୋକଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଚିକିତ୍ସା ସୁବିଧା ଦିଆଯିବ । ସେଥିପାଇଁ ଫାଉଣ୍ଡେସନ୍ ଆଜି ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ସେହିପରି ରାଜ୍ୟ ସରକାର ମଧ୍ୟ ହୃଦ୍ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ସବୁ ପଦକ୍ଷେପ ନେଉଛନ୍ତି । ରାଜ୍ୟର ସରକାରୀ ମେଡିକାଲ କଲେଜରେ ହୃଦ୍ରୋଗ ବିଭାଗ ଖୋଲିବା ସହ ଝାରସୁଗୁଡ଼ାରେ ମଧ୍ୟ ଏକ ହୃଦ୍ ହସ୍ପିଟାଲ ଖୋଲିବାକୁ ଯାଉଛନ୍ତି । ଏହାବାଦ୍ ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରି ହୃଦ୍ରୋଗ ଚିକିତ୍ସା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଏସ୍ଟିଏଫ୍ ମାଧ୍ୟମରେ ୧୩,୫୦୦ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...