State

ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

  •  
  • 4
  •  
  •  
  •  
  •  
  •  
    4
    Shares

ବଲାଙ୍ଗୀର : କୁମୁରିଆ ଖଇରଗୁଡ଼ା ଠାରେ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ବଲାଙ୍ଗିର ଓ ସୋନପୁର ଜିଲ୍ଳାର ହଜାର ହଜାର ଭକ୍ତଙ୍କ ସମାଗମ ହେଇଛି । ଯଦିଓ ଏହା ଆଦିବାସୀ କନ୍ଧ ସମାଜର ଯାତ୍ରା କିନ୍ତୁ ଜାତି,ଧର୍ମ ନିର୍ବିଶେଷରେ ଲୋକ ସାମିଲ ହୋଇଥିଲେ । ଶହ ଶହ ପୋଡ଼, ବୋଦା,କୁକୁଡ଼ା ବଳି ଚଢ଼ାଗଲା । ପୁଣି ରକ୍ତ ରଞିତ ହେଲା ଶୁଲିଆ ପୀଠ । ସାବରୀମାଳା ଭଳି ଆଇନ ପୁଣି ଅସହାୟ । ସୂଚାଇ ଦିଆଯାଇପାରେ ୨୦୦୭ ମସିହାରୁ ବଳୀ ସପକ୍ଷ ଓ ବିପକ୍ଷବାଦୀଙ୍କ ଟଣା ଭିଡ଼ା ବାଦ ପ୍ରତିବାଦ ଚାଲିଛି । କଥା ଉଚ୍ଚରୁ ଯାଇ ଉଚ୍ଚତମ ନ୍ୟାୟାଳୟରେ,୧୪୪ଧାରା ଦେହୁରି ଓ ଅନ୍ୟମାନଙ୍କ ନାଁରେ ମାମଲା ମଧ୍ୟ ଅସଫଳ ପ୍ରୟାସଟିଏ ମାତ୍ର ବୋଲି ପ୍ରମାଣିତ ହୋଇଛି । ପ୍ରତିବର୍ଷ ଗଣମାଧ୍ୟମ ସଭାସମିତିରେ କିଛି ହୋହାଲ୍ଳା ଅଥଚ ସେଇ ସମାନ ଦୃଶ୍ୟାବଳୀ ।
ପରମ୍ପରା, ପ୍ରଥା ବଂଚାଇବା ପାଇଁ ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘ ନ ଛୋଡ଼ବନ୍ଧା । ଧାର୍ମିକ ବିଶ୍ୱାସ, ଭାବନା ଓ ପ୍ରଥାଗତ ଅଧିକାର ଉପରେ ହସ୍ତକ୍ଷେପକୁ ତୀବ୍ର ବିରୋଧ । ଶୁଲିଆପୀଠ ପୂଜାସ୍ଥଳୀ ଜନ ବସତି ଠାରୁ ଦୂରରେ ପାହାଡ଼, ଜଙ୍ଗଲ ମଧ୍ୟରେ ଅବସ୍ଥିତ । ପାଖରେ ବିଦ୍ୟାଳୟ ବା ହସପିଟାଲ ଆଦି କିଛି ନାହିଁ, ତେଣୁ ନ୍ୟାୟିକ ତର୍କ ଦୃଷ୍ଟିରୁ ମଧ୍ୟ ଯୁକ୍ତିଯୁକ୍ତ ବୋଲି ସଂଘର ଦୃଢ଼ ମତ । ଏଭିତରେ ବଳୀସ୍ଥାନ ବଢ଼ିଛି । ଯଦିଓ ପୋଢ଼ ବଳୀ ସଂଖ୍ୟା କମିଛି କିନ୍ତୁ ଛେଳିବୋଦା ଓ କୁକୁଡ଼ା ବଳି ବଢ଼ିଛି । ୟା ପଛରେ ମଣିଷର ଜିଭ ଲାଳସା ଥାଇପାରେ କିନ୍ତୁ ପୂରାତନ କାଳରୁ ମଣିଷ ଯାହା ସର୍ବଶ୍ରେଷ୍ଠ ବିଚାରିଛି, ତାକୁ ହିଁ ଆରାଧ୍ୟଙ୍କୁ ଅର୍ପଣ କରିଛି । ମଦ ଗଞେଇ ବି ବାଦ ପଡ଼ିନାହିଁ । ଯାତରା ଦେଖା କଦଳୀ ବିକା । ଆଖପାଖରେ ଭୋଜିଭାତ ଜମିଛି । ଧର୍ମ ନିରପେକ୍ଷ ଦେଶରେ ସବୁ ଓ ସଭିଙ୍କ ଅଧିକାର ସୁରକ୍ଷିତ ରହୁ । ପ୍ରୈତକଠି କଛି କଛି କୁସଂସ୍କାର ଅଛି । ପୋଷାକ ପରିଛଦ ପରି ଊଦାରତା କାହଁ ିକି ନୁହେଁ ? ଅନେକ ପ୍ରସିଦ୍ଧ ପୀଠରେ ସାଂକେତିକ ବଳୀ ଦ୍ୱାରା ଧର୍ମ,ପରମ୍ପରା ଏବଂ ବଳିବନ୍ଦ ଉଭୟ ସୁରକ୍ଷିତ । ସେମିତି ବିକଳ୍ପ ବିଚାର ପାଇଁ ହୀନ ରାଜନୀତିରୁ ଉଦ୍ଦ୍ୱର୍ରେ ବୁଝାମଣା ହିଁ ସମାଧାନର ଶ୍ରେଷ୍ଠ ପନ୍ଥା ବୋଲି ମତାମତ ଶୁଣାଯାଏ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...