State

ପୁଣି ଭାଇରଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

  •  
  • 1
  •  
  •  
  •  
  •  
  •  
    1
    Share

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ବେଙ୍ଗଲୁରୁର ମେଘା ଲୁଥ୍ରା ନାମକ ଜଣେ ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିର ଭିତରର ସାତ ପାହାଚ ନିକଟର ଫଟୋକୁ ସେ ତାଙ୍କ ଫେସବୁକ୍‌ ପେଜ୍‌ରେ ପୋଷ୍ଟ୍‌ କରିଛନ୍ତି। ଇଣ୍ଡିଗୋ ଏୟାର ଲାଇନ୍ସ କ୍ୟାବିନ୍‌ କ୍ରୁ ଭାବେ କାର୍ଯ୍ୟ କରୁଥିବା ସେ ତାଙ୍କ ପୋଷ୍ଟ୍‌ରେ ଦର୍ଶାଇଛନ୍ତି। ଶ୍ରୀ ମନ୍ଦିରକୁ ମୋବାଇଲ୍‌ ନେବା ପାଇଁ କଟକଣା ରହିଥିବା ସତ୍ତ୍ୱେ ବାରମ୍ବାର ଫଟୋ ଭାଇରାଲ ହେଉଥିବାରୁ ଣ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୮ରେ ପୁରୀର ଜଣେ ପୋଲିସ୍‌ କର୍ମଚାରୀ ଶ୍ରୀମନ୍ଦିର ଭିତରର ଫଟୋ ଉଠାରେ ଫେସବୁକରେ ପୋଷ୍ଟ କରିଥିଲେ। ଏହା ଜଣାପଡିବା ପରେ ପୁରୀ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...