State

ଶ୍ରୀମନ୍ଦିର : ଆଜି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

  •  
  • 3
  •  
  •  
  •  
  •  
  •  
    3
    Shares

ପୁରୀ : ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କର ପଇତାଲାଗି ଏବଂ ମଙ୍ଗଳବାର ବନକଲାଗି ନୀତି ଅନୁଷ୍ଠିତ ହେବ। ନୀତି ପାଇଁ ଏହି ଦୁଇଦିନ ଅପରାହ୍ନ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ ସୂଚନା ମୁତାବକ, ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି ଏବଂ ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରିବେ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ। ନୀତି ସମ୍ପନ୍ନ ପରେ ପୁଣି ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...