Home ରାଜ୍ୟ ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ

ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ

ମେଟ୍ରୋ ଟିଭି ବ୍ୟୁରୋ : ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶି ତିଥୀରେ ଆଜି ଠାରୁ ଶ୍ରୀ ମନ୍ଦିରରେ କାର୍ତ୍ତିକ ରୀତି ଆରମ୍ଭ ହୋଇଛି । ସେହିପରି ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ । ପଞ୍ଚକରେ ଦାରୁଦିଅଁ ପାଞ୍ଚଟି ବେଶରେ ଦର୍ଶନ ଦେବେ । ସେହିପରି ଚଳିତ ବର୍ଷ ମହାମାରୀ କରୋନା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କର ନିତିକାନ୍ତି ଅନୁଷ୍ଠିତ ହେଉଛି । କରୋନା ଯୋଗୁଁ ଶ୍ରୀ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶରର ଅନୁମତି ନଥିବାରୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ସେହିପରି ୨୭ ନଭେମ୍ବରରୁ ହେବାକୁ ଥିବା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଦର୍ଶନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଦଶନାର୍ଥୀ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...