State

ବଢିଲା ଶ୍ରମିକ ମଜୁରି

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର:ରାଜ୍ୟ ସରକାର ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି କରିଛନ୍ତି। ଏ ନେଇ ମଙ୍ଗଳବାର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଦ୍ଧକୁଶଳ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି ବର୍ତ୍ତମାନ ମଜୁରିର ୪୦% ବୃଦ୍ଧି କରାଯାଇଛି। ସରକାରୀ ଘୋଷଣା ମୁତାବକ ଅଣକୁଶଳ ଶ୍ରମିକମାନଙ୍କ ଦୈନିକ ମଜୁରି ୨୦୦ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅର୍ଦ୍ଧକୁଶଳ ଶ୍ରମିକଙ୍କର ୪୫% ହିସାବରେ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ କୁଶଳ ଶ୍ରମିକଙ୍କର ୫୪% ହିସାବରେ ୨୪୦ରୁ ୩୭୦ ଟଙ୍କା ଏବଂ ଉଚ୍ଚ କୁଶଳ ଶ୍ରମିକମାନଙ୍କର ଦୈନିକ ମଜୁରି ୬୫% ହିସାବରେ ୨୬୦ ଟଙ୍କାରୁ ୪୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ୧୫ଟି ନିୟୋଜନ କାର୍ଯ୍ୟାଳୟରେ ଠିକାକାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ମଜୁରି ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏବଂ ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ପରିଷଦ ଦରବୃଦ୍ଧି, ଖାଉଟି ମୂଲ୍ୟସୂଚୀ, ବଜାର ଦର ଏବଂ ପଡୋଶୀ ରାଜ୍ୟଗୁଡିକର ସର୍ବନିମ୍ନ ମଜୁରିକୁ ଦୃଷ୍ଟିରେ ରଖି ୩ ବର୍ଷ ପରେ ସର୍ବନିମ୍ନ ମଜୁରିରେ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ସର୍ବନିମ୍ନ ମଜୁରୀ ପଡୋଶୀ ରାଜ୍ୟ ଦ୍ୱାରା ନିର୍ଦ୍ଧାରଣ ହେଉଥିବା ସର୍ବନିମ୍ନ ମଜୁରି ସହ ପ୍ରାୟ ସମାନ ରହିବ। ଅଧିକ ମଜୁରି ପାଇବା ଆଶାରେ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କୁ ଏହି ବର୍ଦ୍ଧିତ ମଜୁରି ରୋକିବାରେ ସହାୟକ ହେବ ବୋଲି  ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ରାଜ୍ୟ ସରକାର ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଉଦ୍ୟମ କରୁଛନ୍ତି। ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଦେଶର ଅନ୍ୟ ରାଜ୍ୟଗୁଡିକର କୁଶଳ ଓ ଉଚ୍ଚକୁଶଳ ଶ୍ରମିକମାନେ ପାଉଥିବା ସର୍ବନିମ୍ନ ମଜୁରି ହାର ତୁଳନାରେ ଆପେକ୍ଷିକ ସର୍ବନିମ୍ନ ମଜୁରିହାରରେ ବୃଦ୍ଧି କରିଛନ୍ତି।  କ୍ଷୁଦ୍ର ବନ୍ଦରଗୁଡିକରେ କାର୍ଯ୍ୟରତ ଶ୍ରମିକମାନେ ମଧ୍ୟ ଏହି ବର୍ଦ୍ଧିତ ମଜୁରିର ଫାଇଦା ନେଇ ପାରିବେ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...