State

ସୋମବାର ରାଜ୍ୟର ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ତାରିଖ ସୋମବାର ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ଓ ବାମଦଳର ବନ୍ଦ ଡାକରା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Loading...

Join The Discussion

Loading...