Home ଜୀବନଚର୍ଯ୍ୟା ଆଜି ସାବିତ୍ରୀ ବ୍ରତ, ସ୍ୱାମୀର ଦୀର୍ଘାୟୁ କାମନା କରି ଓଷା ରଖନ୍ତି ସଧବା ସ୍ତ୍ରୀ

ଆଜି ସାବିତ୍ରୀ ବ୍ରତ, ସ୍ୱାମୀର ଦୀର୍ଘାୟୁ କାମନା କରି ଓଷା ରଖନ୍ତି ସଧବା ସ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ଅମାବାସ୍ୟାରେ ଏହି ବ୍ରତ ପାଳନ ହୋଇଥାଏ । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଏହି ଦିନ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜାଙ୍କ ସହ ଲଢି ସତ୍ୟବାନଙ୍କୁ ମୃତ୍ୟୁମୁଖରୁ  ବଞ୍ଚାଇଥିଲେ । ତେଣୁ ଏହି ଦିନ ସଧବା ସ୍ତ୍ରୀମାନେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି।

ସାରା ଦେଶରେ କରୋନାକୁ ନେଇ ଲକଡାଉନ ଲାଗୁଥିବାରୁ ଚଳିତ ବର୍ଷ ଏହି ବ୍ରତ ଟିକେ ଫିକା ପଡିଛି । ମନ୍ଦିରରେ ଭିଡ ହେବାକୁ ନେଇ ପୂର୍ବରୁ ବହୁ କଟକଣା ଲଗାଇସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପୂଜାର୍ଚ୍ଚନା ପାଇଁ କେହି ବି ମନ୍ଦିରକୁ ଯାଇ ପାରିବେ ନାହିଁ । ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ବିଭିନ୍ନ ମନ୍ଦିରରେ କଡା କଟକଣା ଲାଗୁ ହୋଇଛି । ସାବିତ୍ରୀ ବ୍ରତର ଭିଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...