State

୬ରେ ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ

  •  
  • 4
  •  
  •  
  •  
  •  
  •  
    4
    Shares
ଭୁବନେଶ୍ୱର : ରାଷ୍ଟ୍ରୀୟ ଦଳ ମାନଙ୍କ ନଜରରେ ଓଡିଶା । ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ନଜର ଓଡିଶା ଉପରେ ଥିବା ବେଳେ ଏବେ କଂଗ୍ରେସ ମଧ୍ୟ ଓଡିଶାରେ କ୍ଷମତାକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛି । ବିଜେପି ପୂର୍ବଦୋୟରୁ ଭାରତର ବିକାଶ ନାରା ବହୁ ପୂର୍ବରୁ ଦେଉଥିବା ବେଳେ ଦଳର ବରିଷ୍ଠ ନେତାମାନେ ଓଡିଶାର ବାରମ୍ବାର ଗସ୍ତ କରିଛୁନ୍ତି । ଆସନ୍ତା ଫେବ୍ରୁଆରୀ ୧ରୁ ୩  ପୁରୀରେ ବିଜେପି ଆଦିବାସୀ ଜନସମାବେଶ କରିବାକୁ ଯାଉଛି । ସେପଟେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶାକୁ ବାରମ୍ବାର ଗସ୍ତ କରୁଛନ୍ତି । ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ।

ଆସନ୍ତା ଫେବ୍ରୁଆରି ୬ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାହୁଲ ପ୍ରଥମେ ଭବାନୀପାଟଣା ଏବଂ ପରେ ରାଉରକେଲା ଗସ୍ତ କରିବେ । ୨ଟି ସଭାରେ ଜନ ସାଧାରଣଙ୍କ ସହ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...