Home ରାଜ୍ୟ ସତ୍ୟ ନଗର ଶ୍ମଶାନରେ ଅଲିଭା ଚିତା ; ଥମୁନି ରାମନାମ ସତ୍ୟ ହେ... ଅଚଂଳବାସୀ ଅତିଷ୍ଠ

ସତ୍ୟ ନଗର ଶ୍ମଶାନରେ ଅଲିଭା ଚିତା ; ଥମୁନି ରାମନାମ ସତ୍ୟ ହେ… ଅଚଂଳବାସୀ ଅତିଷ୍ଠ

ମେଟ୍ରୋ ଟିଭି ବ୍ୟୁରୋ : ରାଜଧାନୀର ସତ୍ୟ ନଗର ଶ୍ମଶାନରେ ଦିନରାତି ଜଳୁଛି ଚିତା । ଶବ ସମାରୋହରେ ଶୋକାକୁଳ ପରିବେଶ ମଧ୍ୟରେ ତୁହାକୁ ତୁହା ଶୁଭୁଛି ରାମନାମ ସତ୍ୟ ହେ । ଆଖିରେ ଆଖିଏ ଲୁହ, ମନର କୋହ ଚାପି ଶବସତ୍କାର କରିବାକୁ ଲାଗୁଛି ଧାଡ଼ି । ଡାକ୍ତରଖାନାରେ ରୋଗୀର ଯନ୍ତ୍ରଣା ଠାରୁ ବଳିପଡୁଛି ଶବ ଦାହ କରିବା ଯନ୍ତ୍ରଣା । କରୋନା ମହାମାରୀ ଆସିବାପରେ ମୃତ୍ୟୁ ର ମହୋତ୍ସବ ପରି ସତ୍ୟ ଗର ମଶାଣିରେ ଶବ ସମାରୋହ ଚାଲିଛି । ଗୋଟିକ ପରେ ଗୋଟିଏ ଶବ ଧାଡ଼ିରେ ଥୁଆ ହୋଇଛି । ଆମ୍ବୁଲାନ୍ସରୁ ତଳକୁ ଶବ ଓହ୍ଲାଇ ଦେଇ ମୃତ୍ୟୁ ସଙ୍ଗୀତ ଗାଇବା ଭଳି ସାଇରନ କରି ଫେରିଯାଉଛି ଆମ୍ବୁଲାନ୍ସ ।

ମରଶରୀରକୁ ନାମକୁ ମାତ୍ର କୋକେଇରେ ଜୁଇ ପର୍ଯ୍ୟନ୍ତ ନିଆଯାଉଛି । ଆଉ କିଏ ଗୁଡାଯାଇଥିବା କପଡାର ଦୁଇମୁଣ୍ଡ ଧରି ଟେକି ଟେକି ନେଇ ଜୁଇ ମୁହଁରେ ଥୋଇ ଦେଉଛନ୍ତି । ପିପିଇ କିଟ୍ ପିନ୍ଧଥିବା ଲୋକ ଗୁଡିକ ସତେ ଯେମିତି ଜମ ଦୂତ ଭଳି ଆମ୍ବୁଲାନ୍ସରୁ ଟେକି ନେବାଭଳି ପ୍ରତୀୟ ହେଉଛି । କିଏ ମୁଖାଗ୍ନି ଦେବାରୁ ସୁଯୋଗ ପାଉଛିତ ଆଉ କିଏ ନିଜର ପ୍ରିୟ ପରିଜନଙ୍କ ମରଶରୀର ନିଜ ଆଖି ଆଗରେ ଜଳି ଯାଉଥିବା ଦେଖି ଅସ୍ତି ଖଣ୍ଡିଏ ପାଇଁ ଛିଡା ହୋଇ ରହୁଛି । ଗରିବ ଲୋକକୁ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣା ଓ ଧନୀ ଲୋକଙ୍କୁ ଅର୍ଥ ଦେବାକୁ ପଡୁଛି ଶବଦାହ ପାଇଁ । ସବୁ ଠାରୁ ବଡ କଥା ହେଉଛି ବହୁ ଲୋକ ଶ୍ମଶାନକୁ ଆସୁଛନ୍ତି ହେଲେ ଅପରିଚୟ ମଣିଷଙ୍କ ଭିତରେ କିଏ କାହକୁ ଦୁଃଖ ଜଣାବାର ଅବକାଶ ନାହିଁ । କିଭଳି ପ୍ରିୟ ପରିଜନଙ୍କ ଶବକୁ ଜୁଇରେ ଶୁଆଇଦେବା ଏକ ସୁଯୋଗ ବୋଲି ଅପେକ୍ଷାରେ ରହୁଛନ୍ତି ।

କରୋନା ସଂକ୍ରମଣ ରୋଗୀଙ୍କ ମୃତ୍ୟ ୁପରେ ଏଠାରେ ଅଧିକ ଶବଦାହ ହେଉଛି । ସ୍ଥାନୀୟ ସତ୍ୟ ନଗର ଲୋକାମାନେ ଶବ ଧୁଆଁର ଦୂଷିତ ପରିବେଶ ମଧ୍ୟରେ ଆକ୍ରାନ୍ତ ହେଲେଣି । କଳ କାରଖାନା ଧୁଆଁ ଦିନରାତି ବାହାରିବା ଭଳି ଅବସ୍ଥା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକାମେନ ମାନବିକ ଅଧିକାର କମିଶନଙ୍କ ଦ୍ୱାରାସ୍ଥ ହୋଇଛନ୍ତି । ବିଏମସି ଆଉ ଦୁଇଟି ଶ୍ମଶାନ ସମ୍ପର୍କରେ ସୂଚନା ଦେଇଛି । ତେବେ ଖଣ୍ଡଗିରି ଓ ପଟିଆରେ କେବେ ଶ୍ମଶାନ ନିର୍ମାଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।

ସଂକ୍ରମଣର ଭୟ ଓ ଦୁଃଖାଭିଭୂତ ପରିବେଶ ଭିତରେ ସତ୍ୟନଗର ମଶାଣି ଏବେ ରାଜଧାନୀ ବାସୀଙ୍କ ପାଇଁ ପାଲଟିଛି ସ୍ୱର୍ଗଦ୍ୱାର । ପୁରୀ ସ୍ୱର୍ଗଦ୍ୱାର କଟକଣା ହଟିଥିବାରୁ ସତ୍ୟନଗର ଶ୍ମଶାନରୁ ଶବ ସଂଖ୍ୟା କମିଯାଇ ପାରେ ବୋଲି ଆଶା କରାଯାଉଛି

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...