State

ଆସିଲା ନିକିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଏହି କାରଣରୁ ହୋଇଥିଲା ମୃତ୍ୟୁ

  •  
  • 2
  •  
  •  
  •  
  •  
  •  
    2
    Shares

କଟକ:  ଅଭିନେତ୍ରୀ ନିକିତା ଓରଫ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ପୋଲିସର ହସ୍ତଗତ ହୋଇଛି। ଉଚ୍ଚ ସ୍ଥାନରୁ ପଡି ଓ ମୁଣ୍ଡରେ ଆଘାତ ଯୋଗୁ ନିକିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ସେ କହିଛନ୍ତି, ରିପୋର୍ଟରେ କୌଣସି ନୂଆ କଥା ଆସିନାହିଁି। ପୂର୍ବରୁ ଯାହା ସ୍ପଷ୍ଟ ଥିଲା ତାହା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଆମେ ନିକିତାଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ହାଜର ହେବାକୁ କହିଥିଲୁ। ସେମାନେ ହାଜର ନ ହେବାରୁ ବୁଧବାର ଜଣେ ପୋଲିସ କର୍ମଚାରୀ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେମାନେ ଘରେ ନ ଥିଲେ। ଆମେ ଏହି ମାମଲାରେ ଯାହା ଆବଶ୍ୟକ ତାହା ଉପରେ ତଦନ୍ତ ଚଳାଇଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ନିକିତାଙ୍କୁ ତାଙ୍କ ସ୍ବାମୀ ଲିପନ ସାହୁ ଛାତରୁ ଠେଲି ଦେଇଥିଲେ। ମହାନଦୀ ବିହାରସ୍ଥିତ ନିକିତାଙ୍କ ବାପଘରେ ଏହି ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ସନ୍ଧ୍ୟାରେ ନିକିତାଙ୍କ ବାପା ସନାତନ ବେହେରା ଏନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସୋମବାର ନିକିତାଙ୍କ ସ୍ବାମୀ ଲିପନଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ବେଳେ ସେ ନିକିତାଙ୍କୁ ଛାତରୁ ଠେଲିଥିବା ମାନିଥିଲେ। ମଙ୍ଗଳବାର ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।

Loading...
  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...