State

୨୫ ହଜାର କୋଟିର ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

  •  
  • 7
  •  
  •  
  •  
  •  
  •  
    7
    Shares
ଭୁବନେଶ୍ୱର:ଓଡିଶାରେ ୨୫,୮୪୫ କୋଟି ଟଙ୍କା ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା ନେଇ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ଅନୁମୋଦନ କରାଯାଇଛି । ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା କାର୍ଯ୍ୟକାରୀ ହେଲେ ୧୩,୭୦୦ ଜଣ ନିଯୁକ୍ତି ପାଇବେ ।ସେହିପରି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ କରାଯାଇଛି।  ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସିମେଂଟ ଫ୍ୟାକ୍ଟ୍ରି , ଫୁଡ୍ ପ୍ରୋସେସିଂ , ଇଣ୍ଡଷ୍ଟ୍ରିୟାଲ ପାର୍କ , ବିସ୍କୁଟ ଫ୍ୟାକ୍ଟ୍ରି ଏବଂ ଟେକ୍ସଟାଇଲ ଶିଳ୍ପ ରହିଛି । ମୋଟ ୧,୮୦୭.୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ୮,୮୮୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅବସରରେ ଓଡ଼ିଶା ଏରୋ ସ୍ପେସ୍‌ ଓ ଡିଫେନ୍ସ ମ୍ୟାନୁଫ୍ୟକଚରିଂ ପଲିସି ଉନ୍ମୋଚିତ ହୋଇଥିଲା଼। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଶିଳ୍ପ ପ୍ରଗତି ବୃଦ୍ଧି ପାଇଛି। ମେକ୍ ଅନ୍ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପୁଞ୍ଜିପତିଙ୍କ ଆଗ୍ରହ ବଢିଛି। ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ସରକାର ସମସ୍ତ ସହଯୋଗର ହାତ ବଢାଇବେ।
  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...