State

ଓଡ଼ିଆ ଝିଅ ଲାବଣ୍ୟା ହେଲେ ମିସ୍‌ ଟିନ୍‌ ୟୁନିଭର୍ସ

  •  
  •  
  •  
  •  
  •  
  •  
  •  
ଭୁବନେଶ୍ୱର,-ଅନ୍ତର୍ଜାତୀୟସ୍ତରୀୟ ବିଉଟି ପ୍ୟାଜେଣ୍ଟରେ ପୁଣିଥରେ ଚମକିଛନ୍ତି ଓଡ଼ିଆ ଝିଅ। ‘ମିସ୍‌ ଆଣ୍ଡ ମିଷ୍ଟର ଟୁରିଜମ୍‌ ଆମ୍ବାସାଡର ୟୁନିଭର୍ସ ୨୦୧୮’ରେ ‘ମିସ୍‌ ଟିନ୍‌ ୟୁନିଭର୍ସ’ ଟାଇଟଲ୍‌ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭୁବନେଶ୍ୱରର ଲାବଣ୍ୟା ଦାସ। ରବିବାର ମାଲେସିଆରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସେ ନିଜର ଦକ୍ଷତା ଓ ବୁଦ୍ଧି ବଳରେ ବେଶପୋଷାକ ଏବଂ କ୍ରୀଡ଼ା ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ବିଶ୍ୱର ମୋଟ ୨୫ଟି ରାଷ୍ଟ୍ରରୁ ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଲାବଣ୍ୟା ଭାରତୀୟ କଳା, ସଂସ୍କୃତି ଓ ପର୍ଯ୍ୟଟନ ସହ ଓଡ଼ିଶାର ଉତ୍କୃଷ୍ଟ କଳା, ସଂସ୍କୃତିକୁ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲରେ ପଢ଼ୁଥିବା ଲାବଣ୍ୟା ଜଣେ ପ୍ରଫେଶନାଲ ମଡେଲ। ଗତବର୍ଷ ସେ କେରଳରେ ଅନୁଷ୍ଠିତ ପ୍ରି-ଟିନ୍‌ ଜୁନିୟର୍‌ ମଡେଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌ ଜିତି ଲୋକଲୋଚନକୁ ଆସିଥିଲେ, ଯେଉଁଥିରେ ସେ ୨୨ଟି ଦେଶର ୬୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। ନିଜର ଏହି ସଫଳତା ପାଇଁ ମା’, ବାପା, ପରିବାର ସଦସ୍ୟ ଓ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଲାବଣ୍ୟା ସମସ୍ତ ଶ୍ରେୟ ଦେଇଛନ୍ତି।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...