State

ବାଲିଗୁଡାରେ ପୁଣି ମାତିଲେ ଲାଲ୍ ବାହିନୀ

  •  
  • 5
  •  
  •  
  •  
  •  
  •  
    5
    Shares

ବାଲିଗୁଡା :ପୁଣି ମାତିଲେ ଲାଲ୍ ବାହିନୀ । ଗଛକାଟି ରାସ୍ତା ଅବରୋଧ କରିବାସହ ପୋଷ୍ଟର ଜାରିକରିଛି ମାଓସଙ୍ଗଠନ । ସିର୍ତ୍ତିଗୁଡା ନିକଟ ୫୯ ନଂ ଜାତୀୟ ରାଜପଥ ଲକଟି ଘାଟିରେ ଗଛପକାଇ ରାସ୍ତା ଅବରୋଧକରି ବ୍ୟାନର ଲଗାଇଛନ୍ତି ମାଓବାଦୀ । ସେପଟେ କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସ୍ଥିତି । ରାସ୍ତାରେ ଗଛ ପକାଇ ପୋଷ୍ଟର ଲଗାଇ ରାସ୍ତା ଅବରୋଧ କରିଛନ୍ତି ଲାଲ ବାହିନୀ । ଯାହାଫଳରେ ବାଲିଗୁଡା-ଦାରିଙ୍ଗବାଡି-ବ୍ରହ୍ମପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ବାଲିଗୁଡା-ମୁନିଗୁଡା ମଧ୍ୟରେ ମଧ୍ୟ ଯାତାୟତ ଠପ୍ ହୋଇଯାଇଛି । ଜାନୁୟାରୀ ୩୧ ଭାରତବନ୍ଦ ସଫଳ କରିବାକୁ ବ୍ୟାନର ଓ ପୋଷ୍ଟରରେ ଆହ୍ବାନ ଦିଆଯାଇଛି । ଓଡ଼ିଶାରେ ଜାରି ଫାସିବାଦ ଘେରାଉ ଦମନକୁ ବିରୋଧ କରିବାକୁ ଆହ୍ବାନ ଦିଆଯାଇଛି । ଏଥିସହିତ ଦଲାଲ ମୋଦୀ ଓ ନବୀନ ମୁର୍ଦ୍ଦାବାଦ୍ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ଲଗାତାର ଭାବେ ବାଲିଗୁଡାର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇ ମାଓ ସଙ୍ଗଠନ ନିଜର ସ୍ଥିତି ଜାହିର କରିଆସୁଛି । ଜାନୁୟାରୀ ୨୬କୁ କଳାଦିବସଭାବେ ପାଳନ କରିବାସହ ଜାନୁୟାରୀ ୩୧ ଭାରତବନ୍ଦ କୁ ସଫଳ କରିବାପାଇଁ ଆହ୍ବାନ ଦିଆଯାଇଥିଲା ପୋଷ୍ଟର ମାଧ୍ୟମରେ । ଆଜି ପୁଣି ରାସ୍ତାରେ ଗଛପକାଇ ରାସ୍ତା ଅବରୋଧ ଅରିବାସହ ପୋଷ୍ଟର ବ୍ୟାନର ଜାରିକରି ସ୍ଥିତି ଜାହିର କରିଛି ମାଓ ସଙ୍ଗଠନ । ବାଲିଗୁଡା-ଦାରିଙ୍ଗବାଡି-ବ୍ରହ୍ମପୁର ଗାଡିଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ବାଲିଗୁଡା-ମୁନିଗୁଡା ମଧ୍ୟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏମିତିକି ଆମ୍ବୁଲାନ୍ସ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ଅଞ୍ଚଳରେ । ଅଞ୍ଚଳବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...