Home ରାଜ୍ୟ ଆସନ୍ତାକାଲି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା - ଅପରାହ୍ଣ ୪ଟାରେ ରଥଟଣା

ଆସନ୍ତାକାଲି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା – ଅପରାହ୍ଣ ୪ଟାରେ ରଥଟଣା

ଭୁବନେଶ୍ୱର : ରାତି ପାହିଲେ ଅଶୋକାଷ୍ଟମୀ । ଏହି ଅବସରରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରା ପାଇଁ ମନ୍ଦିର ପରି·ଳନା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଭୋର ୫ଟା ୩୦ରୁ ୬ଟା ୩୦ ସାହାଣମେଲା ଦର୍ଶନ କରାଯିବ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟା ୩୦ରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏକ ବିବୃତି ଜରିଆରେ ସୂଚନା ଦେଇଛନ୍ତି ।
ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ବିଭିନ୍ନ ନୀତିର ସମୟ ସୂଚୀ
– ମଙ୍ଗଳ ଆଳତୀ ଓ ଅବକାଶ ନୀତି :ଭୋର ୫ଟାରୁ ୫ଟା ୩୦
-ସାହାଣମେଲା ଦର୍ଶନ: ଭୋର ୫ଟା ୩୦ରୁ ୬ଟା ୩୦
-ରୋଷ ହୋମ ଓ ପାକ କାର୍ଯ୍ୟ: ଭୋର ୫ଟା ୩୦
-ଛାମୁ ପରିସ୍କାର: ୬ଟା ୩୦ରୁ ୭ଟା
-(କ) ମହାସ୍ନାନ (ଖ) ବେଶ (ଗ) ସୂର୍ଯ୍ୟପୂଜା (ଘ) ଦ୍ୱାରପାଳ ପୂଜା: ୭ଟାରୁ ୮ଟା
-(କ)ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ: ପୂର୍ବାହ୍ଣ ୯ଟା ୧୫ରୁ ୯ଟା ୪୫
-ଭୋଗ ମଣ୍ଡପ: ପୂର୍ବାହ୍ଣ ୯ଟା ୪୫ରୁ ପୂର୍ବାହ୍ଣ୧୦ଟା ୪୫
– ସୂର୍ଯ୍ୟ ପୂଜା: ପୂର୍ବାହ୍ଣ ୧୦ଟା ୪୫ରୁ ୧୧ଟା
– ଦ୍ୱାରାପାଳ ପୂଜା: ପୂର୍ବାହ୍ଣ ୧୧ଟାରୁ ୧୧ଟା ୧୫
– ମହାସ୍ନାନ: ପୂର୍ବାହ୍ଣ ୧୧ଟା ୧୫ରୁ ୧୧ଟା ୩୦
– ବେଶ: ପୂର୍ବାହ୍ଣ ୧୧ଟା ୩୦ରୁ ମଧ୍ୟାହ୍ଣ ୧୨ଟା
– ଯାତ୍ରା ପୂଜା: ମଧ୍ୟାହ୍ଣ ୧୨ଟାରୁ ୧୨ଟା ୩୦
– ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁ: ଅପରାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା ୪୫
– ରଥରେ ପୂଜା: ଅପରାହ୍ଣ ୧ଟା ୪୫ରୁ ୪ଟା
– ରଥଟଣା ଆରମ୍ଭ: ଅପରାହ୍ଣ ୪ଟା
– ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ: ସନ୍ଧ୍ର‌୍ୟା ୭ଟା ୩୦
– ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି: ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...