State

ଆମ ଘରେ ଏଲ୍ଇଡି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  •  
  • 6
  •  
  •  
  •  
  •  
  •  
    6
    Shares

ଭୁବନେଶ୍ୱର: ରାଜ୍ୟରେ ୯୫ଲକ୍ଷ ହିତାଧିକାରୀଙ୍କୁ ଏଲ୍ଇଡି ବଲ୍ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ପ୍ରତ୍ୟେକ ପରିବାରକୁ ଆସନ୍ତା ୧୫ ତାରିଖ ପୀଠା କାର୍ଯ୍ୟକ୍ରମ ସମୟରେ ୪ଟି ଲେଖାଏଁ ବଲ୍ ବଣ୍ଟନ କରାଯିବ । ଏହାଦ୍ୱାରା ବିଦ୍ୟୁତ ଶକ୍ତି ସଂଚୟ ଓ ପିଲାଙ୍କ ପାଠପଢା ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ୮୨ଲକ୍ଷ ଏନ୍ଏଫ୍ଏସ୍ଏ ଏବଂ ୮ଲକ୍ଷ ଏସ୍ଏଫ୍ଏସ୍ଏସ୍ ହିତାଧିକାରମାନଙ୍କୁ ୪ଗୋଟି ୯ୱାଟ୍ ଏଲଇଡି ବଲବ୍ ବିବ୍ମୂଲ୍ୟରେ ଯୋଗାଇ ଦିଆଯିବ । ଏହାଦ୍ୱାରା ୯୫ଲକ୍ଷ ପରିବାରକ ଉପକୃତ ହେବେ । ଏଥିନିମନ୍ତେ ରାଜ୍ୟ ସରକାର ୩.୮୦ କୋଟି ଏଲ୍ଇଡି ବଲବ କ୍ରୟ କରୁଛନ୍ତି । ବର୍ତ୍ତମାନ ଉନ୍ନତ ମାନର ଏଲଇଡି ବଲବର ମୂଲ୍ୟ ବଜାରରେ ଅଧିକ ହୋଇଥିବାରୁ, ଓଡିଶା ସରକାର ବିନାମୂଲ୍ୟରେ ୪ଗୋଟି ଏଲଇଡି ବଲବ ବିତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିତରଣ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହେବାପରେ ଜାନୁଆରୀ ମାସର ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏହି ଏଲିଡି ବଲବ ଯୋଗାଇ ଦିଆଯିବ । ଏହାପରେ ଫେବୃଆରୀ ମାସରେ ହେବାକୁ ଥିବା ପିଠା ଶିବିରରେ କାର୍ଯ୍ୟକ୍ରମରେ ମୁଖ୍ୟଭାଗ ବିତରଣ କରାଯିବ । ତଥାପି ଯଦି କିଛି ହିତାଧିକାରୀ ଏଥିରୁ ବଞ୍ଚିତ ରହିଯିବେ, ପରବର୍ତ୍ତୀ କାଳରେ ସେମାନଙ୍କୁ ସରକାରୀ ଲାଇସେନ୍ସ ପ୍ରାପ୍ତ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ମାଧ୍ୟମରେ ବିତରଣ କରାଯିବ । ଏହି ପରିପ୍ରେକ୍ଷୀରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତି ସଚିବ ହେମନ୍ତ ଶର୍ମା ଏବଂ ତାଙ୍କର ସହକର୍ମୀମାନଙ୍କୁ ସେମାନଙ୍କର ଉଦ୍ୟମ ଯୋଗୁ ଧନ୍ୟବାଦ ଜଣାଇଛନ୍ତି । ଏଲିଡି ବଲବର ବ୍ୟବହାରରେ ବିଦ୍ୟୁତ ଗ୍ରାହକମାନେ କମ୍ ବିଦ୍ୟୁତ ବିଲ୍ ପୈଠ କରି ଅଧିକ ଆଲୋକ ପାଇବେ ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...