State

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ

  •  
  • 9
  •  
  •  
  •  
  •  
  •  
    9
    Shares
କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧ରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବ ୨୯ତମ କୋଣାର୍କ ଉତ୍ସବ। ଏଥିସହ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୧୮। ଶନିବାର କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ପ୍ରଥମ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ କେତେକ ନିଷ୍ପତ୍ତି ହୋଇଛି।   ରାଜ୍ୟ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ବିଶାଲ କୁମାର ଦେବ ଏଥିରେ ଅଧ୍ୟକ୍ଷତା କରିଥିଲେ।
ବୈଠକରୁ ମିଳିଥିବା ସୂଚନାନୁସାରେ, ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କୋଣାର୍କ ଉତ୍ସବ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଚାଲିବ।  ଦୁଇଟି ପର୍ଯ୍ୟାୟରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ଏହି ମହାକୁମ୍ଭରେ  ଓଡିଶୀ ସହିତ ଭାରତନାଟ୍ୟମ୍‌, କଥକ, କୁଚିପୁଡି, ସତ୍ରିୟ ନୃତ୍ୟ  ପ୍ରଦର୍ଶିତ ହେବ। ତେବେ ଚଳିତବର୍ଷ କୋଣାର୍କ ଉତ୍ସବକୁ ସ୍ବତନ୍ତ୍ର ଭାବେ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଉଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ବିଶ୍ୱ କପ୍‌ ହକିର ଆୟୋଜନ କରାଯାଉଥିବାରୁ ଏଠାକୁ ଆସୁଥିବା ଅତିଥି ଓ ଦର୍ଶକମାନେ କିପରି କୋଣାର୍କ ଉତ୍ସବରେ ସାମିଲ୍‌ ହୋଇପାରିବେ ତାହା ଉପରେ ଆଲୋଚନା ହୋଇଛି। ଏଥିସହ ବାଲୁକା କଳା, ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନକୁ ଅଧିକ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଣାର୍କ ଉତ୍ସବକୁ ନେଇ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌ରେ ଏଯାବତ୍‌ କୌଣସି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଏ ନେଇ କେତେକ ପ୍ରସ୍ତାବ ଦିଆଯାଇଥିଲା। ସେହିଭଳି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଦେଶବିଦେଶର ବାଲୁକା ଶିଳ୍ପୀମାନେ ଭାଗ ନେବେ। ଏଥିପାଇଁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ ଚାଲିଥିବା ଏହାର ବ୍ରାଣ୍ଡ୍‌ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା  ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀ, ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଉତ୍ପଳ କୁମାର ପତି, ପୁରୀ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ,  ପୁରୀ ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା,  କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ କୋଣାର୍କ ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ତେବେ ବିଗତ ବର୍ଷଗୁଡ଼ିକରେ ଉତ୍ସବ ଆୟୋଜନରେ ଦେଖାଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
  •  
    9
    Shares
  •  
  • 9
  •  
  •  
  •  
  •  
Loading...

Join The Discussion

Loading...