State

କିଆକଟା ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ବନ୍ଧୁମିଳନ

  •  
  • 5
  •  
  •  
  •  
  •  
  •  
    5
    Shares

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ରହିଥିବା କର୍ତ୍ତବ୍ୟରତ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଏକ ସଭାକାର୍ଯ୍ୟ ସ୍କୁଲର ପ୍ରଧାନଶିକ୍ଷକ ଅମିତ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମୁଦୁଲୀ ପ୍ରଥମେ ପୁରାତନ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ପରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନେ ନିଜନିଜର ଅଭିଜ୍ଞତା ଉପରେ ମତ ପ୍ରକାଶ କରିଥିଲେ । ପ୍ରାୟ ପ୍ରତ୍ୟେକଙ୍କ ମୁହଁର ଗୋଟିଏ ଶବ୍ଦ ହିଁ ଉଚ୍ଚାରଣ ହେଉଥିଲା- ଆଜି ଦିନଟି ଆମ ପାଇଁ ଗୌରବର ବିଷୟ । କାରଣ ଦୀର୍ଘଦିନ ବ୍ୟବଧାନ ପରେ ଆମେ ସମସ୍ତେ ଏକାଠି ହୋଇଛେ । ଏହି ଅବସରରେ ପରସ୍ପର ପରସ୍ପର ମଧ୍ୟରେ ସ୍ନେହ ସଂପର୍କର ଆଦାନପ୍ରଦାନ କରିବା ସହ ଜୀବନର ସବୁକିଛି ଅନୁଭୂତି ବଖାଣି ଥିଲେ ।

Loading...

ସେହିପରି ଅବସରପ୍ରାପ୍ତ ଦୁଇ ପ୍ରଧାନଶିକ୍ଷକ ସାନ୍ତସେନ ପ୍ରଧାନ ଓ ବିଧୁଭୂଷଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ସାନ୍ତସେନ ପ୍ରଧାନ, ବିଧୁଭୂଷଣ ପ୍ରଧାନଙ୍କ ସମେତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ, ପ୍ରଭାସ କୁମାର ପ୍ରଧାନ, ହିରାଲାଲ ଧଳ, ଉଗ୍ରେସନ ସାହୁ, ରଜନୀକାନ୍ତ ପ୍ରଧାନ, ପ୍ରଧାନଶିକ୍ଷକ ଅମିତ କୁମାର ମୁଦୁଲୀ, ସଂସ୍କୃତ ଶିକ୍ଷକ ହିମାଂଶୁ ପ୍ରଧାନ, ହିନ୍ଦୀ ଶିକ୍ଷକ ଜଗବନ୍ଧୁ ସାହୁ, ଖେଳ ଶିକ୍ଷକ ବିନୋଦ କୁମାର ପ୍ରଧାନ, କିରାଣୀ ନେତ୍ରାନନ୍ଦ ମହାକୁଡ, ଶିକ୍ଷକ ନେତାଜୀ ବେହେରା, ଶିକ୍ଷୟତ୍ରୀ ସରୋଜିନୀ ପାଲ, ପ୍ରଜ୍ଞାସିନୀ ପ୍ରଧାନ, କନନିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କର୍ମଚାରୀ ପଦ୍ମନ ପ୍ରଧାନ, ନେତ୍ରାନନ୍ଦ ବଡମାଳୀ ଓ ରମେଶ ଛତ୍ରିଆ ଉପସ୍ଥିତ ଥିଲେ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...