State

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କଲେ ସ୍ୱତନ୍ତ୍ର ଟିମ୍‌

  •  
  • 2
  •  
  •  
  •  
  •  
  •  
    2
    Shares

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ ପରେ ଅଲଗା-ଅଲଗା ରଖାଯାଇଥିଲେ ମଧ୍ୟ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି ରହିଛି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ସେ ନେଇ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହ ରାଜ୍ୟର କିଛି ବଛାବଛା ଡାକ୍ତର ନିକଟରେ ଯାଂଚ କରିଛନ୍ତି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାଞ୍ଚ କରିଥିବା ଟିମ୍‌ ଦେଇଥିବା ସୂଚନା ଅନୁସାରେ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନାହିଁ। କାଳିଆର ଓଜନ ମଧ୍ୟ ସ୍ୱାଭାବିକ ହୋଇ ନାହିଁ। ତା’ର ସ୍ନାୟୁ ଦୁର୍ବଳ ରହିଛି। ସେହିପରି କାଳିଆ ଅସୁସ୍ଥ ଅନୁଭବ କରୁଥିବାରୁ ପେଟ ନଳୀ ଦ୍ୱାରା ଖାଦ୍ୟ ଦିଆଯାଉଛି। ଟିମ୍‌ କହିଛି, ଯେହେତୁ କାଳିଆ ଫିଟ୍‌ ହୋଇ ନାହିଁ, ତେଣୁ ଅଧିକ ଡାକ୍ତରୀ ଅନୁଧ୍ୟାନର ଆବଶ୍ୟକତା ରହିଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...