State

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମହାବନ୍ଦ

  •  
  • 8
  •  
  •  
  •  
  •  
  •  
    8
    Shares

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଆରମ୍ଭ ହୋଇଛି ଦୁଇ ଦିନିଆ ବନ୍ଦ ପାଳନ।ଏହି ମହାବନ୍ଦରେ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ସହିତ ଗାଡ଼ିମଟର ଓ ଟ୍ରେନ ଚଳାଚଳ ବନ୍ଦ ରହିଛି।ଏଥିପାଇଁ ସମ୍ବଲପୁର ଓକିଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାର ପ୍ରମୁଖ ଛକ, ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ରହି ପିକେଟିଂ କରୁଥିବା ବେଳେ ଦେବଗଡ଼ ଓକିଲ ସଂଘ ରାସ୍ତା ଉପରେ ବସି ରହି ବନ୍ଦ ପାଳନ କରୁଛନ୍ତି। ତେବେ ଆଇନଜୀବୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ସକାଳୁ ପଡ଼ିଛି।

Loading...
  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...