Home ରାଜ୍ୟ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଆନ୍ଦୋଳନ ସ୍ଥଗିତ

ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର:- ରିଜର୍ଭ ବ୍ୟାଙ୍କ୍ କର୍ମଚାରୀଙ୍କ ପକ୍ଷରୁ ପ୍ରସ୍ତାବିତ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ସମ୍ମୁହିକ ଛୁଟି ଆନ୍ଦୋଳନୁ ସାମୟିକ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସରକାର ଆଭିମୁଖ୍ୟ ପରିବର୍ତନ କରି ଦାବୀ ପୂରଣ ନିମନ୍ତେ ସମୟ ମାଗିବାରୁ ରିଜର୍ଭ ବ୍ୟାଙ୍କ ଅଧିକାରୀ କର୍ମଚାରୀଙ୍କ ମିଳିତ ମଂଚର ସାମୁହିକ ଛୁଟି ଆନ୍ଦୋଳନକୁ ଆସନ୍ତା ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି ବୋଲି ମଂଚର ଆବାହକ ଡଃ ପୂର୍ଣ୍ଣଚନ୍ଦ୍ର ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।
ସୋମବାର ପୂର୍ବାହ୍ନରେ ରିଜର୍ଭ ବ୍ୟାଙ୍କର ଉଚ୍ଚ କର୍ତୃପକ୍ଷ ଯଥା:- ଡେପୁଟି ଗଭର୍ଣ୍ଣର ଡଃ. ବିରାଳ ଆଚାର୍ଯ୍ୟ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ମାଳବିକା ସିହ୍ନା, ମାନବ ସମ୍ବଳ ପରିଚାଳନା ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଅଶୋକ କୁମାର ଷଡ଼ଙ୍ଗୀ ପ୍ରମୁଖ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ ପତ୍ରରେ ପେନ୍ସନ୍ ସଂକ୍ରାନ୍ତୀୟ ୩ ଟି ଦାବୀ ସଂକ୍ରାନ୍ତରେ ଉଲ୍ଲିଖିତ ବିଷୟ ବସ୍ତୁ ସମ୍ପର୍କରେ ଫୋରମ୍ର ସର୍ବଭାରତୀୟ ନେତୃତ୍ୱକୁ ଅବଗତ କରାଇଥିଲେ ଏବଂ ଦାବୀ ପୂରଣ ନିମନ୍ତେ ସରକାରଙ୍କ ଅନୁକୂଳ ଆଭିମୁଖ୍ୟ ଥିବା ଯୋଗୁଁ ସାମୁହିକ ଛୁଟି ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିବା ପାଇଁ ନେତୃତ୍ୱକୁ ଅନୁରୋଧ କରିବାରୁ, ଫୋରମ୍ ଏହାର ଆନ୍ଦୋଳନକୁ ସ୍ଥଗିତ ରଖିଲା ବୋଲି ଶ୍ରୀ ବେହେରା କହିଛନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...