Home ରାଜ୍ୟ ନବୀନଙ୍କ ଚାଷୀ ଓ ଉଦ୍ୟୋଗୀମାରଣ ନୀତିର ପ୍ରମାଣ ହେଉଛି ଆଳୁ ମିଶନ - କଂଗ୍ରେସ

ନବୀନଙ୍କ ଚାଷୀ ଓ ଉଦ୍ୟୋଗୀମାରଣ ନୀତିର ପ୍ରମାଣ ହେଉଛି ଆଳୁ ମିଶନ – କଂଗ୍ରେସ

ଭୁବନେଶ୍ୱର : ସଫଳତା ଓ ବିକାଶର ଚିତ୍ର ଦେଖାଇବା ନାଁରେ ନବୀନ ବାବୁଙ୍କ ସରକାର ଓ ବିଜୁ ଜନତା ଦଳ ପକ୍ଷରୁ ଶହ ଶହ କୋଟି ଟଙ୍କା ବରବାଦ୍ କରାଯାଉଛି । ଚାଷୀକୂଳକୁ ସର୍ବସ୍ୱାନ୍ତ କରିବାରେ ନିର୍ବାଚନ ଜିତିବା ପାଇଁ ବିଜେଡି ସରକାର ପକ୍ଷରୁ “କାଳିଆ” ଯୋଜନା ନାଁରେ ଚାଲିଛି ପ୍ରଚାର ପ୍ରସାର । ବାସ୍ତବରେ ରାଜ୍ୟରେ ଉଭୟ ଚାଷୀ ଓ ଉଦ୍ୟୋଗପତିମାନଙ୍କୁ କିଭଳି ପ୍ରତାରଣା କରାଯାଉଛି ତାହାର ଜ୍ଜ୍ୱଳନ୍ତ ପ୍ରମାଣ ହେଉଛି ରାଜ୍ୟ ଆଳୁ ମିଶନର ବିଫଳତା । ସରକାର କିଭଳି ରାଜ୍ୟବାସୀଙ୍କୁ ଧୋକା ଦେଇ ଚାଲିଛନ୍ତି ତା’ର ଲେଖାଯୋଖା ପ୍ରମାଣ ହେଲା ୧) ଦଳୀୟ ନିର୍ବାଚନ ଘୋଷଣା ପତ୍ର – ୨୦୧୪ ରେ ବିଜେଡି କହିଲା କି ଦଳ ପାଇଁ ଇସ୍ତାହାର କେବଳ ଏକ ପ୍ରତିଶ୍ରୁତି ନୁହେଁ ବରଂ ଏକ ସଂକଳ୍ପ । ୨) ଇସ୍ତାହାରରେ କୁହାଗଲା ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିବା ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ୩) ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ଏହାର ସୁପରିଚାଳନା କରିବା ଦିଗରେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଦେବେ । ୪) ଆଳୁ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୬୭ କୋଟି ଟଙ୍କାରେ ୨୦୧୫ ମସିହାରେ ରାଜ୍ୟ ଆଳୁ ମିଶନ ପ୍ରତିଷ୍ଠା କରାଗଲା । ୫) ରାଜ୍ୟରେ ଆଳୁ ଉତ୍ପାଦନ ୨ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରାଯାଇ ୧୧ ଲକ୍ଷ ମେଟ୍ରିକ୍ ଟନ୍ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା । ୬) ଆଳୁ ସଂରକ୍ଷଣ ପାଇଁ ରାଜ୍ୟରେ ୧୧୨ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ୭) ଆଳୁ ବିହନ ଉତ୍ପାଦନ ବୃଦ୍ଧି କରାଯିବ ଓ ବଜାରକୁ ନିୟନ୍ତ୍ରିତ ଆଳୁ ଯୋଗାଣ କରିବେ ରାଜ୍ୟ ସରକାର । ୮) ଆଳୁ ଚାଷକୁ ମାକେର୍ଟିଂ ସହାୟତା ବୃଦ୍ଧି କରାଯିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ୯) ଆଳୁ ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟୋଗୀକୁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।
ଦୁର୍ଭାଗ୍ୟର କଥା ସରକାରଙ୍କ ଉପରୋକ୍ତ ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଆଳୁ ମିଶନ ହେବା ପରେ ୧୧ ଲକ୍ଷ ମେଟ୍ରିକ୍ ଟ୍ରନ୍ ଦୂରର କଥା ପୂର୍ବରୁ ଉତ୍ପାଦିତ ହେଉଥିବା ୨ ଲକ୍ଷ ମେଟ୍ରିକ୍ ଟନ୍ରୁ କମ୍ ଆଳୁ ଏବେ ରାଜ୍ୟରେ ଉତ୍ପାଦନ ହେଉଛି । ଆଳୁ ମିଶନ ଏବେ ପୁରାପୁରି ଫେଲ ଓ ଆଳୁ ମିଶନକୁ ନେଇ ସରକାରଙ୍କ ଆଳୁ ଦୋଷ ପଦାରେ ପଡିଛି । ଏହା ଦର୍ଶାଉଛି ଯେ ରାଜ୍ୟ ସରକାର କିଭଳି ଚାଷୀଙ୍କୁ ସହାୟତା ଦେବାରେ ଲଗାତର ଭାବରେ ପ୍ରତାରିତ କରି ଚାଲିଛନ୍ତି । ପିପିପି ମୋଡ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନେ ଆଜି ରାଜରାସ୍ତାରେ ବସିଛନ୍ତି ଏବଂ ଶୀତଳଭଣ୍ଡାର ବନ୍ଦ ହେବାକୁ ବସିଛି । ସରକାରଙ୍କର ଚାଷୀ ଓ ଉଦ୍ୟୋଗୀମାନଙ୍କ ପ୍ରତି ସମ୍ବେଦନହୀନତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...