Home ରାଜ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି କାଳିଆ ଯୋଜନା : ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନକୁ ଦୃଷ୍ଟିରେ ରଖି କାଳିଆ ଯୋଜନା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଗତକାଲି ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ସଂସଦରେ ଦେଶର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ କରିଛନ୍ତି । ଚଳିତ ବଜେଟରେ ଓଡିଶାର ବିକାଶ, ବିଶେଷ କରି ରେଳ ବିଭାଗରେ ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଏବଂ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଶାସନ ବେଳେ ରେଳ ବିଭାଗ ପାଇଁ ୧୦୦୦ କୋଟି ଟଙ୍କାର ସହଯୋଗ ମିଳୁନଥିଲା । ସେ ସମୟରେ ୫ ବର୍ଷରେ ମଧ୍ୟ ଓଡିଶାକୁ ଏହି ବିଭାଗରେ ୫୦୦୦ ହଜାର କୋଟି ଟଙ୍କା ମିଳୁନଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏ ବର୍ଷ ରେଳବାଇ ବିଭାଗ ପୂବତଟ ରେଳ ବିଭାଗ ପକ୍ଷରୁ ୭ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟବୟବରାଦ କରି ଓଡିଶା ପ୍ରତି ଅବହେଳିତ ହୋଇଥିବା ରେଳବାଇ ଅଂଚଳକୁ ଜାତୀୟ ସ୍ତରକୁ ଆଣିବାର ବଡ ପ୍ରଚେଷ୍ଟା ଭାରତ ସରକାର କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଗତକାଲି ସାମ୍ନାକୁ ଆସିଥିବା ଦୁଇ ତିନୋଟି ଯୋଜନାରେ ଓଡିଶା ରାଜ୍ୟ ଅଧିକ ଲାଭାନ୍ୱିତ ହେବ । ଅଣସଂଗଠିତ ଶ୍ରମିକ ମାନେ ୬୦ ବର୍ଷ ପରେ ୩ ହଜାର ଟଙ୍କା ମାସିକ ପେନସନ ଯୋଜନା ହେଉ ଅବା ଦୁଇ ହେକ୍ଟରର ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କାର ପିଏମ କିଷାନର ମାନଧନ ଯୋଜନା କିମ୍ବା ବ୍ୟକ୍ତିଗତ ଆୟକର ଛାଡସୀମା ୫ ଲକ୍ଷ ଟଙ୍କା ହେଉ ଓଡିଶା ଭଳି ରାଜ୍ୟ ଲାଭ ପାଇବ । ଓଡିଶା ଭଳି ରାଜ୍ୟରେ ପଶୁପାଳନ ଓ ମତ୍ସ୍ୟଚାଷ ଗରିବ ଲୋକମାନଙ୍କର ବଡ ଜୀବିକା । ସେମାନଙ୍କୁ କୃଷିର ମାନ୍ୟତା ଦେଇ ୨ ପ୍ରତିଶତ ସୁଧରେ ବ୍ୟବସାୟ କରିବାର ବ୍ୟବସ୍ଥା ଏହି ବଜେଟରେ କରାଯାଇଛି । ସମୁଦ୍ର ଉପକୂଳରେ ରହୁଥିବା ଧୀବରମାନେ କିମ୍ବା ନଦୀ ବନ୍ଧ, ଗାଡିଆରେ ମାଛ ଚାଷ କରୁଥିବା ବା ନୂଆ ଯୁବ ଉଦ୍ୟେଗୀମାନେ ଏହାର ଲାଭ ପାଇପାରିବେ । ପୂର୍ବରୁ କିଷାନ କ୍ରେଡିଟର ଲୋନି ମାନେ ଠିକ୍ ସମୟରେ ଋଣ ପାଇବା ସହ ଠିକ୍ ସମୟରେ ଋଣ ପରିଶୋଧ କଲେ କରଛାଡ ପାଉଥିଲେ । ତେବେ ଏ ଦିଗରେ ନୂଆ ବ୍ୟବସ୍ଥା ଗତକାଲି ବଜେଟରେ ଘୋଷଣା ହୋଇଛି । ଏଣିକି ପ୍ରାକୃତିକ ଦୁର୍ବିପାକରେ ଫସଲ ହାନି ହେଲେ କମ୍ ସୁଧର ଋଣ, ରିଷ୍ଟ୍ରଚରିଂ ଲୋନ ଉପରେ ସୁଧ ମଧ୍ୟ କମିବ । ଓଡିଶାର ଉପକୂଳ ଅଂଚଳ ବା ଚାଷୀ ଅଂଚଳରେ ପ୍ରତିବର୍ଷ ମରୁଡି ଓ ବତ୍ୟା ଫଳରେ ଫସଲ ହାନି ହୋଇଥାଏ । ବଜେଟରେ ଏହି ନିଷ୍ପତି କାରଣରୁ ଓଡିଶାର ଚାଷୀମାନେ ଲାଭ ପାଇପାରିବେ ବୋଲି ସେ କହିଛନ୍ତି ।

ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କି, ଚାଷୀ ଚିହ୍ନଟ ହେବା ନେଇ ରାଜ୍ୟ ସରକାର ସହଯୋଗୀ ହେବେ ଏହା ଆମର ଅପେକ୍ଷା ରହିବ । କୃଷି ମୂଳତଃ ଏକ ରାଜ୍ୟର ବିଷୟ । କିନ୍ତୁ କେନ୍ଦ୍ର ସରକାରଙ୍କ ମଧ୍ୟ ଏକ ଦାୟିତ୍ୱ ଅଛି । ଏହି ଆଧାରରେ ୨ ହେକ୍ଟର ଜମିର ଚିହ୍ନଟ ଟେକ୍ନୋଲୋଜି ଯଥା ଜନଧନ୍ ଓ ଆଧାରକାର୍ଡ ମାଧ୍ୟମରେ ରାଜ୍ୟ ସରକାର ସହଯୋଗ କଲେ ଚାଷୀ ଚିହ୍ନଟ ହେବାରେ ବିଳମ୍ବ ହେବ ନାହିଁ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ୧ ଡିସେମ୍ବର ୨୦୧୮ରୁ ଲାଗୁ କରାଯିବ । ଏଥପାଇଁ ପ୍ରଥମ କିସ୍ତି ମାର୍ଚ୍ଚ ୩୧ ଭିତରେ ମିଳିବ । ସେଥିପାଇଁ ସରକାର ବଜେଟରେ ରିଭାଇଜ୍ ଏଷ୍ଟିମେଟ୍ କରି ୨୦ ହଜାର କୋଟି ଟଙ୍କାର ବ୍ୟବବାରଦ କରି ବ୍ୟବସ୍ଥା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।  ଏହା ଭାରତ ସରକାରଙ୍କ ଏକ ନିରନ୍ତର ଯୋଜନା । ପ୍ରତିବର୍ଷ ଏଥିପାଇଁ ୭୫ କୋଟି ଟଙ୍କାର ବ୍ୟୟବରାଦ ବ୍ୟବସ୍ଥା କରାଯିବ ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, କାଳିଆ ଯୋଜନାରେ ବଜେଟ୍ ବ୍ୟବସ୍ଥା ହୋଇନାହିଁ । ରାଜ୍ୟ ସରକାର କାଳିଆ ଯୋଜନାର ପାଂଚ କିସ୍ତିର ଏକ ସୀମିତ ଯୋଜନା କରିଛନ୍ତି । ଘୋଷଣା କରାଯିବାର ପୂର୍ବ ସପ୍ତାହରେ ବିଧାନସଭା ଚାଲୁଥିଲା । ସରକାର  ସୁଚିନ୍ତିତ ଯୋଜନା କରିଥିଲେ କାଳିଆ ଯୋଜନାକୁ ସୀମିତ ଯୋଜନା ନକରି ରିଭାଇଜ୍ ଏଷ୍ଟିମେଟ୍ କରି ବଜେଟରେ ବ୍ୟୟବରାଦ ବ୍ୟବସ୍ଥା କରିଥାନ୍ତେ । ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ହିତାଧିକାରୀଙ୍କ ତାଲିକାରେ ମନ୍ତ୍ରୀମଣ୍ଡଳରେ ଥିବା ନେତାଙ୍କ ନାଁ ଆସୁଛି । ଏହା ଯୋଜନା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ସରକାରୀ କଳର ସ୍ୱଚ୍ଛତା ପ୍ରମାଣିତ କରୁଛି । ଭାଗଚୀଷୀଙ୍କ ପାଇଁ ବାରମ୍ବାର କହିଲା ପରେ ମଧ୍ୟ ସରକାର ଆଇନ ଆଣିଲେ ନାହିଁ । ସରକାର କେଉଁ ଆଧାରରେ ଭାଗଚାଷୀ ଚିହ୍ନଟ କରିବେ ସ୍ପଷ୍ଟ କରନ୍ତୁ ।  ରାଜ୍ୟ ସରକାରଙ୍କ ଭୂମିହୀନ ଚାଷୀଙ୍କୁ ଜମି ଦେବାର ଦାୟିତ୍ୱ ୧୯ ବର୍ଷର ଶାସନରେ ଥିଲା । ଏଯାବତ ଇଂଚିଏ ମାତ୍ର ଜମି ଦେଇନାହାନ୍ତି । ଯେଉଁ ମାନେ ଭଲ୍ୟୁନଟାରୀ ଡିଲିଂ କରିବେ , ଡିଲିଷ୍ଟିଂ କରିବେ ତାଙ୍କ ନାଁକୁ ସୁଯୋଗ ଦେବା ପାଇଁ କହିଥିଲେ । ତେବେ ଏହି ଯୋଜନା ସୀମିତ କେବଳ ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ । ଅସାଧୁ, ଅଯୋଗ୍ୟ ଓଡିଶା ଅଫିସର ମୁଖ୍ୟମନ୍ତ୍ରୀଙ୍କ ଆୟୁଦ୍ଧ କରି ତାଙ୍କ ଦ୍ୱାରା ମିଛ କୁହାଉଛନ୍ତି । ମୁଖ୍ୟମନ୍ତ୍ରୀ ତାଲିକା ଧରି ୬୦୦୦ କୋଟି ଟଙ୍କା ବାକି ପଇସା ନେବାକୁ ଦିଲ୍ଲୀ ଯାଇଥିଲେ । ତାଲିକା ମଗାଯାଇଥିଲେ ମଧ୍ୟ ଏଯାଏ ତାଲିକା ଆସିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଲମ୍ବା ସମୟର ଋଣନୀତିର ଅନ୍ତର୍ଗତ ପରେ ଏଥର ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛିା ଭାରତକୁ ନୂଆ କରି ଗଢି ତୋଳିବାରେ ଗୋଟେ ଲମ୍ବା ଦୌଡ ପାଇଁ ଏକ ଭିତିଭୂମି କରାଯାଇଛି । ତେଣୁ ନିର୍ବାଚନ ତା ବାଟରେ ଯିବ, ବଜେଟରେ କଲ୍ୟାଣକାରୀ ବ୍ୟବସ୍ଥା ଅନ୍ୟ ଏକ କଥା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...