Home ଜୀବନଚର୍ଯ୍ୟା କର୍କଟ ପୀଡ଼ିତଙ୍କ ପାଇଁ ପାଣ୍ଠି ଯୋଗାଡ଼: ଯୋଗଦେଲେ ମେଟ୍ରୋ ଗ୍ରୁପ୍‌ ଏମ୍‌.ଡି. ପିୟୁଷ ମହାନ୍ତି

କର୍କଟ ପୀଡ଼ିତଙ୍କ ପାଇଁ ପାଣ୍ଠି ଯୋଗାଡ଼: ଯୋଗଦେଲେ ମେଟ୍ରୋ ଗ୍ରୁପ୍‌ ଏମ୍‌.ଡି. ପିୟୁଷ ମହାନ୍ତି

(ମେଟ୍ରୋଟିଭି ବ୍ୟୁରୋ) ଭୁବନେଶ୍ବର: କର୍କଟ ପୀଡ଼ିତଙ୍କ ପାଇଁ ପାଣ୍ଠି ଯୋଗାଡ଼ । ଟଙ୍କା ଅଭାବରୁ ଯେଭଳି କୌଣସି କର୍କଟ ରୋଗୀଙ୍କ ମୃତ୍ୟୁ ହେବ ନାହିଁ ସେଥିପାଇଁ ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ପକ୍ଷରୁ ପାଣ୍ଠି ଯୋଗାଡ଼ ଆରମ୍ଭ କରାଯାଇଛି । ଏନେଇ ଜୟଦେବ ଭବନରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ଚେୟାରମ୍ୟାନ (ମୋ କଲେଜ) ଶ୍ରୀ ଆକାଶ ଦାସ ନାୟକ, ଅଭିନେତ୍ରୀ ଭୂମିକା ଦାସ, ହାସ୍ୟ କଳାକାର ସ୍ମୃତି ରଞ୍ଜନ (ନଟିଆ) ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନାୟକ ଅନୁଷ୍ଠାନମାନଙ୍କର ଏହି ପ୍ରୟାସ ମାଧ୍ୟମରେ ବହୁ ପୀଡ଼ିତ ଲାଭବାନ ହେବା ସହ ଅନୁଷ୍ଠାନର ଏହି ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ଏବଂ ଅନ୍ୟମାନେ ଏହିପରି ମହତ୍ ପ୍ରୟାସ ଆପଣେଇବା ପାଇଁ ଅହ୍ୱାନ ଦେଇଥିଲେ ।

ରେଡ଼୍‌ ସ୍ୱସ୍ତିକ୍ ସୋସାଇଟିର ଦୀର୍ଘ ୧୮ବର୍ଷ ଧରି କ୍ୟାନ୍‌ସର ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି ଓ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥି ଭାବରେ ପୋଲିସ୍ ଗୃହ ନିଗମର ନିର୍ଦ୍ଦେଶକ ଡ଼ଃ. ଲଳିତ୍ ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଂଙ୍ଗୀତା ଗୋସାଇଁ, ଗ୍ୟାଷ୍ଟୋଲୋଜିଷ୍ଟ ଡ଼ାଃ. ମନୋଜ୍ କୁମାର ସାହୁ, ବରିଷ୍ଠ ଅନକୋଲୋଜିଷ୍ଟ୍ ଡ଼ାଃ. ଘନଶ୍ୟାମ ବିଶ୍ୱାସ, ଚାଟାର୍ଡ଼ ଆକାଉଟାଣ୍ଟ ଏସ୍‌.ସି.ଭଦ୍ରା, ମେଟ୍ରୋଗ୍ରୁପ୍‌ର ମ୍ୟାନେଜିଙ୍ଗ ଡାଇରେକ୍ଟର ଇଂ ପିୟୁଷ ମହାନ୍ତି, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆୟକର ବିଭାଗର ପୂର୍ବତନ ସଚିବ ଶ୍ରୀ ଶରତ ଦାସ, ସିମ୍ପଲି କେୟାର କ୍ଲିନିକର କାର୍ଯ୍ୟ ନିବାହୀ ଅଧିକାରୀ ଡା଼ଃ. ନିମାଇଁ ଚରଣ ପରିଜା, ସିମ୍ପଲି କେୟାର କ୍ଲିନିକ୍‌ର ଉପଦେଷ୍ଠା ଡ଼ାଃ. ସ୍ମରଜିତ୍ ପଟ୍ଟନାୟକ, ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନ୍‌ର ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...