ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ ବସ୍ ସେବା । ଏନେଇ ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର , କଟକ, ପୁରୀ ,ଖୋର୍ଦ୍ଧା ରେ ମୋ ବସ ସେବା ଚଳାଚଳ ସ୍ୱାଭାବିକ୍ ହେବ । କେବଳ ରୁଟ ୨୯ କଳିଙ୍ଗ ବିହାରରୁ ସାଇମନ୍ଦିର ପର୍ଯ୍ୟନ୍ତକୁ ଛାଡି ୨୨ଟି ରୁଟରେ ୧୪୪ଟି ମୋ ବସ୍ ଯାତାୟତ କରିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଯାତାୟତ ପାଇଁ ଅନେକ ଲୋକ ଅସୁବିଧାର ସମୁଖ୍ଖୀନ ହେଉଥିବାରୁ କିଛିଟା ସ୍ଥାନରେ ଆଜିଠାରୁ ସବୁ ରୁଟରେ ଏହି ବ୍ୟବସ୍ଥା ସ୍ୱାଭାବିକ ହେବ । ନଭେମ୍ବର ମାସରେ ୧୭ଟି ରୁଟରେ ୧୦୯ ବସ ଚଳାଚଳ କରୁଥିଲା କିନ୍ତୁ ଏବେ ସ୍ଥିତି ସ୍ୱାଭାବିକ ହେବା ଫଳରେ ୨୨ଟି ରୁଟରେ ୧୪୪ଟି ବସ୍ ଯାତାୟତ କରିବାକୁ ନିଷ୍ପତି ହୋଇଛି । ଏବଂ ଖୁବ ଶୀଘ୍ର ୨୦୦ଟି ବସ୍ ଚଳାଚଲ କରିବ ବୋଲି କ୍ରୁଟ କତ୍ତୃପକ୍ଷଙ୍କ ପକ୍ଷରୁ କହିଛନ୍ତି ।