Home ରାଜ୍ୟ ଆସନ୍ତୁ ଜାଣିବା କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଆସନ୍ତୁ ଜାଣିବା କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତାକା ଉତୋଳନ କରିବେ ।
ରାଜ୍ୟରେ ୭୨ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ରାଜ୍ୟର କେଉଁ ସ୍ଥାନରେ କିଏ ଜାତୀୟ ପତାକା ଉତୋଳନ କରିବେ ତାହାର ତାଲିକା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏହି ତାଲିକା ଅନୁଯାୟୀ କଟକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା , ପୁରୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଲେଶ୍ୱରରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଅ ।ରୁଖ, ମୟୂରଭଞ୍ଜରେ କୃଷି,ପାନୀୟ ଜଳ ଓ ପଶୁ ସମ୍ପଦମନ୍ତ୍ରୀ ପ୍ରଦୀପ ମହାରଥୀ, ବରଗଡରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ, ଯାଜପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ରାୟଗଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କଳାହାଣ୍ଡିରେ ଜଳସଂପଦମନ୍ତ୍ରୀ ନିରଞ୍ଜନ ପୂଜାରୀ, କନ୍ଧମାଳରେ ମହିଳା ସଶକ୍ତି କରଣ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରଫୁଲ ସାମଲ, ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅନୁଗୁଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ବଲାଙ୍ଗୀରରେ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ବୈାଦ୍ଧରେ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦେବଗଡରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସମ୍ବଲପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସୁନ୍ଦରଗଡରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, କେନ୍ଦୁଝରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଜେନା, ମାଲକାନଗିରିରେ କ୍ରୀଡା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ପତାକା ଉତୋଳନ କରିବେ ବୋଲି ଜଣାପଡ଼ିଛି ।
ସେହିପରି ଢେଙ୍କାନାଳରେ ବୋର୍ଡ ଅଫ ରେଭିନ୍ୟୁର ସଦସ୍ୟ, ବ୍ରହ୍ମପୁର ଓ ରାଉରକେଲାରେ ଦକ୍ଷିଣ ଓ ଉତରାଂଚଳ ଆରଡିସି ଏବଂ ଭଦ୍ରକ. ଗଜପତି, ଜଗତସିଂହପୁର, ଝାରସୁଗୁଡା,କେନ୍ଦ୍ରପଡା, ଖୋର୍ଦ୍ଧା, କୋରାପୁଟ, ନୂଅ ।ପଡା, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତକା ଉତୋଳନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...