State

କିଟ୍ ଲ’ ସ୍କୁଲ୍ ଦେଶର ଶ୍ରେଷ୍ଠ ଇନୋଭେଟିଭ୍ ଲ’ ସ୍କୁଲ ପୁରସ୍କୃତ କଲେ ଉପରାଷ୍ଟ୍ରପତି

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର:କିଟ୍ ଲ’ ସ୍କୁଲ୍ ଦେଶର ଶ୍ରେଷ୍ଠ ଇନୋଭେଟିଭ ଲ’ ସ୍କୁଲ୍ ଭାବେ ପୁରସ୍କୃତ ହୋଇଛି । ଆଇନ୍ ସ୍ନାତକଙ୍କୁ କୌଶଳ ପ୍ରଶିକ୍ଷଣରେ ନବୋନ୍ମେଷ ଏବଂ ନେତୃତ୍ୱ ମାନ୍ୟତା ପାଇଁ କିଟ୍ ଲ’ ସ୍କୁଲ୍କୁ ‘ଲିଗାଲ୍ ଏଜୁକେସନ୍ ଇନୋଭେସନ୍ ଆୱାର୍ଡ’ ୨୦୧୮ ପ୍ରଦାନ କରାଯାଇଛି । ସୋସାଇଟି ଅଫ୍ ଇଣ୍ଡିଆନ୍ ଲ’ ଫାର୍ମସ ଏବଂ ମେନନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଗାଲ୍ ଆଡଭୋକେସୀ ଟ୍ରେନିଂ ମିଳିତ ଆନୁକୂଲ୍ୟରେ ଶନିବାର ଆୟୋଜିତ ଆଇନ୍ ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀଠାରେ ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କିଟ୍ ଲ’ ସ୍କୁଲ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏଭଳି ପୁରସ୍କାର ପାଇବାରେ କିଟ୍ ପ୍ରଥମ ଘରୋଇ ଲ’ ସ୍କୁଲ୍ ବୋଲି କୁହାଯାଉଛି । ସ୍କୁଲ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ୟକ୍ତିଗତ ଭାବେ ଏହି ଅନୁଷ୍ଠାନ ବୁଲି ତାଙ୍କର ଅଭିଜ୍ଞତା ଥିବା ଶ୍ରୀ ନାଇଡୁ ପୁରସ୍କାର ପ୍ରଦାନ ଅବସରରେ ପ୍ରକାଶ କରିଥିଲେ । କିଟ୍ ଲ’ ସ୍କୁଲ୍ ତରଫରୁ ସ୍କୁଲ୍ର ନିର୍ଦ୍ଦେଶକ ପ୍ରଫେସର ଏନ୍ କେ ଚକ୍ରବର୍ତୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, କିଟ୍ ଲ’ ସ୍କୁଲ୍ ପାଠ୍ୟକ୍ରମର ପ୍ରାୟ ଏକ ତୃତୀୟାଂଶ କୌଶଳ ବିକାଶ ଭିତିକ ହୋଇଥିବାରୁ ଏହାର ଛାତ୍ରଛାତ୍ରୀମାନେ ଆଇନ୍ ଶିକ୍ଷା କ୍ଷେତ୍ରରେ ବେଶ ସଫଳତା ହାସଲ କରିପାରୁଛନ୍ତି । ଏହା ବ୍ୟତୀତ କିଟ୍ ଲ’ସ୍କୁଲ୍ ପାଠ୍ୟକ୍ରମରେ ପରିବାର ଆଇନ୍ରେ ଆଇନ୍ର ଅନ୍ତର୍ରାଷ୍ଟ୍ରୀୟକରଣକୁ ମଧ୍ୟ ସାମିଲ କରାଯାଇଛି । କିଟ୍ ଲ’ସ୍କୁଲ୍ ଆଇନ୍ ଶିକ୍ଷା ସହ ଜ୍ଞାନ, କୌଶଳ ଏବଂ ମୂଲ୍ୟବୋଧକୁ ସନ୍ତୁଳିତ କରି ଶିକ୍ଷାଦାନ କରୁଥିବା ଦେଶର ଏକମାତ୍ର ସ୍କୁଲ୍ ବୋଲି କୁହାଯାଉଛି । ପୂର୍ବରୁ ୨୦୧୩ ଓ ୨୦୧୭ରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ବିଭିନ୍ନ ନ୍ୟାସ୍ନାଲ୍ ମୁଟ୍ କୋର୍ଟ ପ୍ରତିଯୋଗିତାରେ ଶ୍ରେଷ୍ଠ ପୁରସ୍କାର ପାଇ କିଟ୍ ଲ’ ସ୍କୁଲ୍ ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ପ୍ରତିପାଦିତ କରିପାରିଛନ୍ତି । ଏହା ବ୍ୟତୀତ ଜାତୀୟସ୍ତରରେ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଥିବା ଆଇନ୍ ଶିକ୍ଷା ଭିତିକ ପ୍ରତିଯୋଗିତା ଓ ପର୍ଯ୍ୟବେକ୍ଷଣ ଫଳାଫଳ ତାଲିକାର ଶ୍ରେଷ୍ଠ ଦ୍ୱାଦଶ ସ୍ଥାନରେ କିଟ୍ ଲ’ସ୍କୁଲ୍ ରହିଆସୁଛି । ନିଜ ଶୁଭେଚ୍ଛା ବାର୍ତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି କିଟ୍ ଲ’ ସ୍କୁଲ୍ର ଅଧ୍ୟାପକ, ଅଧ୍ୟାପିକା, ନିର୍ଦ୍ଦେଶକ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...