State

ସିଏସଆର ପ୍ରଫେସନାଲ ନୂଆ ପାଠ୍ୟକ୍ରମର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

  •  
  • 4
  •  
  •  
  •  
  •  
  •  
    4
    Shares

ଭୁବନେଶ୍ୱର: ଭୁବନେଶ୍ୱର ଠାରେ କମ୍ପାନୀ ସେକ୍ରେଟାରୀ ମାନଙ୍କର ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ଆଇସିଏସଆଇ ଦ୍ୱାରା ସିଏସଆର ପ୍ରଫେସନାଲ ନୂଆ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପାଠ୍ୟକ୍ରମ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତାକୁ ଦେଖି ସରକାରୀ ଓ ବେସରକାରୀ କ୍ଷେତ୍ରରେ ନୂଆ ନୂଆ ପାଠ୍ୟକ୍ରମ ଆରମ୍ଭ ହେଉଛି । ନୂଆ କ୍ଷେତ୍ର ଯଥା ଇନସଲଭାନସି,ଏର୍ମରଜିଂ ଟେକ୍ନୋଲୋଜି, ଆରବିଟ୍ରେସନନାରୀ ଆଦି ନୂଆ ପାଠ୍ୟକ୍ରମ ଯୋଗୁଁ ଡିଜିଟାଲ ଅର୍ଥନୀତିର ବ୍ୟାପକତା ବଢୁଛି । ଏହି ନୂଆ ପାଠ୍ୟକ୍ରମ ସମୂହ ଯୁବପୀଢିପାଇଁ ନୂଆ ସମ୍ଭାବନା ଆଣିବା ସହ ସମାଜକୁ ଅଧିକ ଲାଭପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ସମ୍ମିଳନୀକୁ ଉଦବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଭରପୁର ପ୍ରାକୃତିକ ସମ୍ପଦ ଭରିରହିଛି । ସୁଦୀର୍ଘ ବେଳାଭୂମି ରହିଛି ଏସବୁ ପାଇଁ ନୂଆ ଭାରତର ନୂଆ ଅର୍ଥନୀତିରେ ଓଡିଶା ଗୁରୁତ୍ୱପୂର୍ଣ୍ ଭୂମିକା ତୁଲାଇବ । ପୂର୍ବଭାରତରେ ଓଡିଶା, ବିକାଶର ପ୍ରୟୋଗଶାଳା ହେବ । ଶ୍ରୀ ପ୍ରଧାନ କହିଛନ୍ତି ବନ୍ଦର ମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଁଚିଥିବା ପାରାଦ୍ୱୀପ ବନ୍ଦର ଆଗାମୀ ବର୍ଷ ସୁଦ୍ଧା ଦେଶର ଶ୍ରେଷ୍ଠ ବନ୍ଦର ହେବ ।
ଏହି କର୍ମଶାଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଏକବିଂଶ ଶତାଦ୍ଧୀରେ ଏସିଆ ମହାଦେଶରେ ଭାରତ ନେତୃତ୍ୱ ନେଇଛି । ଦେଶର ଏହି ବିକାଶରେ କମ୍ପାନୀ ସେକ୍ରେଟେରୀ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି ।କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ଦେଶରେ ବିକାଶ ଏବେ ଆଗେଇ ଚାଲିଛି । ଗତ ୪ ବର୍ଷରେ ଦେଶ ସବୁ କ୍ଷେତ୍ରରେ ଆଗେଇ ଚାଲିଛି । ୨୦୧୪ ମସିହା ପଯ୍ୟନ୍ତ ସାରା ଦେଶରେ ୧୩ କୋଟି ଏଲପିଜି ଗ୍ରାହକ ଦେଶରେ ରହିଥିବା ବେଳେ ଗତ ୪ ବର୍ଷରେ ଏହି ସଂଖ୍ୟା ଯାଇ ୧୧.୫ କୋଟିରେ ପହଁଚିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ୨୦୧୪ ମସିହାରେ ସରକାର ଦାୟିତ୍ୱ ନେବା ବେଳକୁ ଦେଶରେ ୧୮ ହଜାର ଗାଁରେ ବିଜୁଳି ପହଁଚିନଥିଲା । ତେବେ ଗତ ୪ ବର୍ଷ ମଧ୍ୟରେ ବିଜୁଳି ସଂଯୋଗ ହୋଇନଥିବା ଗାଁକୁ ବିଦ୍ୟୁତକରଣ କରାଯାଇଛି ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...