State

କାଳିଆ ଛାତ୍ର ବୃତ୍ତି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  •  
  • 13
  •  
  •  
  •  
  •  
  •  
    13
    Shares

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ପରି ଆଉ ଏକ ଲୋକପ୍ରିୟ ଯୋଜନା ଘୋଷଣା କରିଛନ୍ତି । ଏହା ହେଉଛି “କାଳିଆ ଛାତ୍ର ବୃତ୍ତି’ ଯୋଜନା । ଏହି ଯୋଜନାରେ କାଳିଆ ହିତାଧିକାରୀମାନଙ୍କ ପିଲା ସହାୟତା ପାଇପାରିବେ । ଯେଉଁ ହିତାଧିକାରୀଙ୍କ ପିଲାମାନେ ମେଧାବୀ ପ୍ରଦର୍ଶନ କରିପାରିଥିବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ବୃତ୍ତିଗତ ଶିକ୍ଷା ଦିଆଯିବ । ବୃତ୍ତିଗତ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନା ଘୋଷଣା କରି କହିଛନ୍ତି ଯେ, ମୁଁ ଚାହେଁ ଆପଣମାନଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଆଇନୀକ୍ଷ ବୃତ୍ତିଧାରୀ ହୁଅନ୍ତୁ । ଆପଣ ପିଲାଙ୍କୁ ପାଠ ପଢାନ୍ତୁ, ଉଚ୍ଚଶିକ୍ଷା ବାବଦ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଦିନିକିଆ କେନ୍ଦୁଝର ଓ ରାଇରଙ୍ଗପୁର ଗସ୍ତରେ ଯାଇ କେନ୍ଦୁଝରଠାରେ ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୬କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଜିଲ୍ଲା ପାଇଁ ୧୭ଟି ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ୨୧ଶହ କୋଟି ଟଙ୍କା ବ୍ୟୟରେ ୪୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ରାଇରଙ୍ଗପୁର ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହଜାରେ କୋଟି ଟଙ୍କା ବ୍ୟୟରେ ୩ଟି ବଡ ଘୋଷଣା କରିଥିଲେ । ଏହା ଭିତରେ ରହିଛି ରାଇରଙ୍ଗପୁର ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ, ଯେଉଁଥିରେ କ୍ରୀଡାର ବିକାଶ ହୋଇପାରିବ । ଜିଲ୍ଲା ଦାୟିତ୍ୱରେ ଜଣେ ଏଡିଏମ୍ ରହିବେ ଏବଂ ସବ୍ଡିଭିଜନସ୍ତରୀୟ ଏକ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

  •  
    13
    Shares
  •  
  • 13
  •  
  •  
  •  
  •  
Loading...

Join The Discussion

Loading...