State

ପ୍ରେମ ପାଗଳିନୀ ‘ସୁନ୍ଦରୀ’

  •  
  • 5
  •  
  •  
  •  
  •  
  •  
    5
    Shares

ଭୁବନେଶ୍ୱର : ଏକା ହୋଇଯାଇଛି ସାତକୋଶିଆ ‘ସୁନ୍ଦରୀ’। ସଙ୍ଗ ବିନା ପ୍ରାୟ ପ୍ରେମ ପାଗଳିନୀ ହୋଇଯାଇଛି। ସାଥୀ ପାଇଁ ଜଙ୍ଗଲରେ ଏଣେତେଣେ ଘୂରିବୁଲୁଛି। କେଉଁଠି କେମିତି ଜୀବଜନ୍ତୁଙ୍କ ଶବ୍ଦ ଶୁଣିବା କ୍ଷଣି ସେଠାକୁ ଧାଇଁ ଯାଉଛି। ନିଃସଙ୍ଗତା ଯୋଗୁଁ ଏକରକମ ବୋକା ପାଲଟି ଯାଇଛି। ଦିନରେ ପ୍ରେମିକର ସନ୍ଧାନରେ ଜଙ୍ଗଲର ଏ କୋଣରୁ ସେ କୋଣ ଧାଉଁଛି। ରାତି ହେଲେ ଘଞ୍ଚ ଜଙ୍ଗଲରେ ନିରବରେ ଚଳପ୍ରଚଳ କରୁଛି। ସାତକୋଶିଆ ଭିତରେ ନିଃସଙ୍ଗ ହୋଇପଡ଼ିଥିବା ‘ସୁନ୍ଦରୀ’ର ଗତବିଧି ଉପରେ ନଜର ରଖିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଛି ବନ ବିଭାଗ।

ଗତ ୨୪ ଘଣ୍ଟା ହେଲା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳ ଓ ବନ ବିଭାଗର ଅଧିକାରୀମାନେ ‘ସୁନ୍ଦରୀ’ ଉପରେ ନଜର ରଖିବା ସମୟରେ ଏଭଳି ଦେଖିବାକୁ ପାଇଛନ୍ତି। ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ‘ସୁନ୍ଦରୀ’ର କାର୍ଯ୍ୟକଳାପକୁ କ୍ୟାମେରାରେ ବି କଏଦ କରାଯାଇଛି। ଜିପିଏସ୍‌ ସିଷ୍ଟମ ମାଧ୍ୟମରେ ଜଙ୍ଗଲ ଭିତରେ ବାଘୁଣୀର ସ୍ଥିତି ଜଣାପଡ଼ୁଛି। ତାହାକୁ ଆଧାର କରି ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଛି। ଦୁଇ ଦିନ ହେଲା ସେ ଜନବସତି ଆଡ଼କୁ ଆସି ନଥିବା ବନ ବିଭାଗ ସୂଚନା ଦେଇଛି।

Loading...
  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...