Home ରାଜ୍ୟ ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି । ଏହି ୩ ଜଣ ସାମ୍ବାଦିକ ହେଉଛନ୍ତି ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଓଟିଭି ,ନୂଆ କରି ଆରମ୍ଭ ହେଉଥିବା ବଡଖବର ଏବଂ ପ୍ରମୁଖ ଖବର କାଗଜ ପ୍ରମେୟ ର ପ୍ରତିନିଧି । ତେବେ ଗତ ଦୁଇ ଦିନ ତଳେ ୬ ଜଣ ନକଲି ସାମ୍ବଦିକ ପୋଲିସ ହାତରେ ଧରାପଡି କୋର୍ଟ ଚାଲଣ ହୋଇଥିବା ବେଳେ ଏବେ ଅସଲି ସାମ୍ବାଦିକ କାରନାମା ରାଜଧାନୀରେ ଚାଚଂଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଶିକ୍ଷାଧିକାରୀ ବିଇଓ ରସାନନ୍ଦ କର କାମରେ ବାହରକୁ ଯାଇଥିବା ବେଳେ ତାଙ୍କ ଅଫିସରେ ପହଚିଂଥିଲେ ଓଟିଭି ସାମ୍ବାଦିକ ଆଲୋକ ଗୈାଡ ,ପ୍ରମେୟ ସାମ୍ବାଦିକ କାଳିଆ ପାଢୀ ଏବଂ ବଡଖବର ସାମ୍ବାଦିକ ମନୋଜ କୁମାର ଘଡେଇ । ଅଫିସରେ ପହଚିଂ ସାମ୍ବାଦିକ ମାନେ କହିଥିଲେ ଯେ, ବିଇଓ ଅଫିସରେ ନାହାନ୍ତି ଏନେଇ ପ୍ରସାରଣ କରିଦେବେ ବୋଲି ଧମକାଇବା ସହ ୫୦ ହଜାର ଟଙ୍କା ମାଗିଥିଥିଲେ । ପଇସା ନ ଦେଲେ ଖବର ପ୍ରସାରଣ କରାଯିବ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ ବିଇଓ । ତେବେ ବିଇଓଙ୍କ ଅଭିଯୋଗ ଅନୁଯାୟୀ ପୋଲସରା ଅଞ୍ଚଳର ବଡଖବର ସାମ୍ବାଦିକ ତାଙ୍କୁ ବାରମ୍ବାର ଫୋନ୍ କରି ଟଙ୍କା ଦେବାକୁ ଚାପ ପକାଇଥିଲେ ଓ ଉତ୍ତର ରେ ବିଇଓ କହିଥିଲେ କି ସେ ଅନୁପସ୍ଥିତ ନଥିଲେ ଅଫିସ କାର‌୍ୟ୍ୟରେ ବାହାରକୁ ଯାଇଥିଲେ ଏତେ ଟଙ୍କା କାହିଁକି ଦେବେ ? ଏନେଇ ବିଇଓ ଗତ ୨୦ ତାରିଖରେ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଏସଡିପିଓ,ତହସିଲଦାର ଓ ବିଡିଓଙ୍କୁ ଅବଗତ କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ପରେ ସାମ୍ବାଦିକ ମାନଙ୍କ ତରଫରୁ ମଧ୍ୟ ପାଲଟା ଏତଲା ଦିଆଯାଇଥିଲା । କିନ୍ତୁ ଘଟଣା ରେ ପୋଲିସ ପକ୍ଷରୁ କେସ୍ ନମ୍ବର ୩୦୮/୨୦,ଦଫା ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଅନୁସାରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ୩ ସାମ୍ବାଦିକ ଙ୍କୁ ଗିରଫ କରାଯାଇଛି ଓ ତେବେ ପ୍ରାଥମିକ ସୂଚନା ଅନୁଯାୟୀ ବଡଖବର ତରଫରୁ ସମ୍ପୃକ୍ତ ସାମ୍ବାଦିକ ଙ୍କୁ ତୁରନ୍ତ କାର‌୍ୟ୍ୟରୁ ବହିଷ୍କାର କରାଯାଇଛି । ସେପଟେ ଗତ ଦୁଇ ଦିନ ତଳେ ଭୁବନେଶ୍ୱର ତମାଣ୍ଡା ଥାନା ଅନ୍ତର୍ଗତ ଭଗବାନ ପୁର ପାତ୍ରପଡ଼ା ସ୍ଥିତ ଏକ ତେଲ କାରଖାନା ଜ୍ୟୋତି ଟ୍ରେଡର୍ସରୁ ଦାଦାବଟି ମାଗି ପୁଲିସ ହାତରେ ଧରାପଡି କୋର୍ଟ ଚାଲଣ ହୋଇଛନ୍ତି ନକଲି ସାମ୍ବାଦିକ । ଅଭିଯୁକ୍ତମାନେ ହେଲେ ନୟାଗଡ଼ ତୁଳସୀପୁରର କାହ୍ନୁ ଚରଣ ନାୟକ, ଟାଇମସ ଓଡିଆ ଏବଂ ଟଙ୍କପାଣି ରୋଡ୍‌ରେ ରହୁଥିବା ନୃସିଂହ ବେହେରା ଟାଇମ୍‌ସ ଓଡ଼ିଆ , ବଡ଼ଗଡ଼ ଥାନା ରତ୍ନାକରବାଗ୍ ବାସିନ୍ଦା ବିନାୟକ ବେହେରା ,ଆଇୱାଇଏ ନିଉଜ୍‌, ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିବା ସାଲେପୁର କଟିକଟାର ବିଶ୍ବରଞ୍ଜନ ମହାନ୍ତି(ଭିଜନ୍ ଟିଭି), ଓଲ୍ଡଟାଉନ୍ ଖରାଖିଆ ଲେନ୍‌ରେ ରହୁଥିବା ଢେଙ୍କାନାଳ ମୀନା ବଜାରର ଲକ୍ଷ୍ମୀକାନ୍ତ ସାହୁ(ଅନନ୍ୟା ନିଉଜ୍‌) ଓ ଗାଡ଼ି ଚାଳକ ବଳରାମ ବେହେରା।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...