Home ରାଜ୍ୟ ବିଦ୍ୟୁତ ତାର ନେଲେ ୭ ହାତୀର ଜୀବନ

ବିଦ୍ୟୁତ ତାର ନେଲେ ୭ ହାତୀର ଜୀବନ

ଢେଙ୍କାନାଳ: ଆଜି ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କମଲାଙ୍ଗ ଗାଁ ନିକଟରେ ବିଦ୍ୟୁତ ଆଘାତରେ ୭ଟି ହାତୀଙ୍କର ମୃତ୍ୟୁ ଘଟିଥିବା ପରି ଏକ ଦୁଖଃଦ ଘଟଣା ଘଟିଛି। ଏକ ଘରୋଇ କମ୍ପାନିର ରେଳ ଲାଇନ୍ କାମ ଚାଲିଥିିବା ବେଳେ ସେଠାରେ ଟଣାଯାଇଥିବା ଏଲଟି ଲାଇନ୍‌ର ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ବିଦ୍ୟୁତ ତାର ଓ ଖୁଣ୍ଟ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ୭ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ଶନିବାର ସକାଳେ ଗୋଟିଏ ସ୍ଥାନରେ ୭ଟି ହାତୀ ମରିଥିବା ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କମଳାଙ୍ଗ ଠାରେ ଏକ ଘରୋଇ କମ୍ପାନୀର ମାଲ ପରିବହନ ପାଇଁ ରେଳ ଟ୍ରାକ୍‌ କାମ ଚାଲିଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ତାର ଶ୍ରମିକମାନଙ୍କ ପାଇଁ ଏଲଟି ଲାଇନ୍‌ ଟାଣିଛି। ତେବେ କୌଣସି କାରଣରୁ ଏହି ଏଲଟି ଲାଇନ୍‌ ଛିଡ଼ିଯାଇ ଖୁଣ୍ଟକୁ ଚାର୍ଜ କରି ଦେଇଛି। ତେବେ ଯେଉଁ ସ୍ଥାନରେ ଏଲଟି ଲାଇନ ଟଣାଯାଇଛି, ସେହି ବାଟ ଦେଇ ହାତୀ ଚଳାଚଳ କରନ୍ତି। ତେଣୁ ଗତକାଲି ବିଳମ୍ବିିତ ରାତିରେ ହାତୀ ପଲ୍ଲ ଯାଉଥିବା ବେଳେ ବିଦ୍ୟୁତ ତାର ଆଘାତରେ ସମସ୍ତ ୭ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...