Home ରାଜ୍ୟ ଦୁର୍ଦ୍ଦଶାରେ ଏକାଦଶୀଙ୍କ ପରିବାର ; ଜରିପାଲ ତଳେ ବିତୁଛି ଜୀବନ

ଦୁର୍ଦ୍ଦଶାରେ ଏକାଦଶୀଙ୍କ ପରିବାର ; ଜରିପାଲ ତଳେ ବିତୁଛି ଜୀବନ

ମେଟ୍ରୋ ଟିଭି ବ୍ୟୁରୋ : ଜରିପାଲିରେ ବିତୁଛି ଫନି ବିପନ୍ନଙ୍କ ପରିବାରଙ୍କ ଜୀବନ । ହେଲେ ଘର ଭଙ୍ଗା ତାଲିକାରେ ବାଦପଡିଛି ସେମାନଙ୍କ ନାମ । ମିଳିନି ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି । ଫନି ଯାଇ ଅନେକ ଝଡ ବତାସ ଗଲାଣି,କିନ୍ତୁ ସରକାରଙ୍କ ସହାୟତା ରାଶିରୁ ବଚିଂତ ରହିଛନ୍ତି । ଏ ବର୍ଷରୁ ଉର୍ଦ୍ଧ ହେଲାଣି ଜରିପାଲରେ ୬ଜଣ ସଦସ୍ୟ ରହିଆସୁଛନ୍ତି । ସୂଚନା ଅନୁଯାୟୀ,ସାମୁଦ୍ରିକ ଝଡ ଫନି ବାତ୍ୟାରେ ଘରଟି ସଂପୂର୍ଣ୍ଣ ଭାଙ୍ଗି ପଡିଛି । ହେଲେ ଏହି ଦୁଖଃୀ ପରିବାରଙ୍କ ଗୁହାରୀ କେହି ବି ଶୁଣୁନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଗୋରୁଆଳ ଗ୍ରାମରେ । ଏହି ଗ୍ରାମର କୋଦଶ କର ,ନିଜର ୬ ଜଣ ପରିବାରକୁ ନେଇ ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଏକାଦଶଙ୍କ ପରିବାର କହିଲେ, ତାଙ୍କ ବୟସ୍କ ବୁଢି ମା,ପତ୍ନୀ ସୁଜତା କର,ଏବଂ ଦୁଇ ଝିଅ ଓ ଗୋଟେ ପୁଅ । ଜମିବାଡି କହିଲେ ବିଶେଷ କିଛି ନାହିଁ । ମୂଲ ମଜୁରୀ ଲାଗି ଏକାଦଶ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏଥିରେ ପୁଣି ପିଲା ପାଠ ପଢିବେ । ଯାହା ଏକାଦଶଙ୍କୁ ଚଳାଇବା ପାଇଁ କଷ୍ଟକର ହୋଇପଡୁଛି । ବାତ୍ୟାକୁ ୧ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ କୈାଣସି ସରକାରୀ ସାହାଯ୍ୟ ପାଇପାରିନାହାନ୍ତି । ବିଜୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବାରମ୍ବାର ଆପତି କରିଥିଲେ ମଧ୍ୟ କେହି ବି ଶୁଣୁ ନଥିବାବେଳେ ସରକାରୀବାବୁଙ୍କ ନିକଟକୁ ଦୈାଡି ଦୈାଡି ଥକିପଡିଲେଣି ଏକାଦଶ । ତେବେ ସ୍ଥାନୀୟ ରାଜସ୍ୱ ନୀରିକ୍ଷକଙ୍କ ସମେତ ତହସିଲର କିଛି ଅଧିକାରୀ ତାଙ୍କ ଘରକୁ ଆସି ତଦନ୍ତ କରିଥିଲେ । କିନ୍ତୁ ଘରଭଙ୍ଗା ତାଲିକାରେ ତାଙ୍କର ନାମ ନଥିବା ଜାଣିବ ।କୁ ପାଇଥିଲେ । ଏନେଇ ସେରାଜସ୍ୱ ନୀରିକ୍ଷକଙ୍କ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟଳୟ କୁ ବାରମ୍ବାର ଯାଇ ଅଭିଯୋଗ କରିବାରୁ କେତେକ ସରକାରୀ କର୍ମଚାରୀ ତାଙ୍କୁ ଗାଳୁ ଗୁଲଜ କରିବା ସହ କାର୍ଯ୍ୟଳୟକୁ ଆସିଲେ ପୁଲିସରେ ଅଭିଯୋଗ କରିବୁ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଏକାଦଶୀ ।ସେପଟେ ଏ ସମ୍ପର୍କରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲଙ୍କୁ ପଚାରିବାରୁ ସେ କୁହନ୍ତି ଏପରି ଅଭିଯୋଗ ତାଙ୍କ ନିକଟକୁ ଅଅସିନାହିଁ । ଅନ୍ୟପଟେ ଅଭିଯୋଗ ଆସିଲେ ତାହାକୁ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇ ଦିଆଯିବା ବୋଲି ତହସିଲାଦାର କହିଛନ୍ତି । ତେବେ ଦେଖିବାକୁ ରହିଲା ଏକାଦଶୀ କରଙ୍କ ଉପରେ କେବେ ପଡିବ ସରକାର ଦୃଷ୍ଟି । ଆଉ ସେ ପାଇଁ ବିଜୁ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...