State

ଓୟୁଏଟିରେ କୁକୁର ଛୁଆର ବିରଳ ଅସ୍ତ୍ରୋପଚାର

  •  
  • 8
  •  
  •  
  •  
  •  
  •  
    8
    Shares

ଭୁବନେଶ୍ୱର : ଓୟୁଏଟି ଭେଟେରିନାରି ସର୍ଜନ୍‌ଙ୍କ ଦ୍ୱାରା ଗୁରୁବାର ଏକ କୁକୁର ଛୁଆର ବିରଳ ହୃଦୟ ଅସ୍ତ୍ରୋପଚାର କରାଯାଇଛି। ସୂଚନାଯୋଗ୍ୟ, କଟକ ବାସିନ୍ଦା ପି. ଲୋକନାଥ ରେଡ୍ଡୀଙ୍କ ଜର୍ମାନ୍‌ ଶେଫର୍ଡ କୁକୁର ଛୁଆ ଏକ ବିରଳ ଜନ୍ମଗତ ରୋଗରେ ପୀଡ଼ିତ ଥିଲା। ଏହି ରୋଗ ଯୋଗୁ କୁକୁର ଛୁଆଟି ବାରମ୍ବାର ବାନ୍ତି କରୁଥିଲା। ଓୟୁଏଟିରେ ପ୍ରଥମେ ଏକ୍ସ-ରେ ହେବା ପରେ ସେ ‘ପର୍ସିଷ୍ଟେଣ୍ଟ୍‌ ରାଇଟ୍‌ ଆରୋଟିକ୍‌ ଆର୍କ’ ନାମକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ ଏହି ରୋଗର ଅସ୍ତ୍ରୋପଚାର ବହୁ କଷ୍ଟ ଏବଂ ଭାରତରେ କ୍ୱଚିତ୍‌ ସ୍ଥାନରେ ହୁଏ। ମାତ୍ର ଓୟୁଏଟି ଭେଟେରିନାରି ସର୍ଜନ୍‌ଙ୍କ ଏକ ଟିମ୍‌ ଡା. ଇନ୍ଦ୍ରମଣି ନାଥ, ଡା. ବିଶ୍‌ଦୀପ୍‌ ଜେନା, ଡା. ସିଦ୍ଧାର୍ଥ ଶଙ୍କର ବେହେରା ଓ ଡା. ଧନ ଲକ୍ଷ୍ମୀଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଏହି ଅସ୍ତ୍ରୋପଚାର କରିଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ, କୁକୁର ଛୁଆଟି ବର୍ତ୍ତମାନ ଭଲ ଅଛି ଏବଂ ଆଗାମୀ ଦିନରେ ଏହା ସାଧାରଣ ସୁସ୍ଥ ଜୀବନଯାପନ କରିପାରିବ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...