State

ରିହର୍ସଲରେ କମ୍ପୁଛି ଧନୁଯାତ୍ରା ଆଖଡ଼ାଶାଳ

  •  
  • 3
  •  
  •  
  •  
  •  
  •  
    3
    Shares

ବରଗଡ଼ : ଆଉ ସପ୍ତାହକ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ଯେଭଳି ପାଖେଇ ଆସୁଛି, ମହୋତ୍ସବ ନେଇ ସେଭଳି ଉତ୍ସାହ, ଉଦ୍ଦୀପନା ବଢ଼ିବାରେ ଲାଗିଛି। ଉଭୟ ମଥୁରାନଗରୀ(ବରଗଡ଼) ଏବଂ ଗୋପପୁର (ଅମ୍ବାପାଲି)ରେ ତୋରଣ ନିର୍ମାଣଠାରୁ ଅନ୍ୟ ସାଜସଜ୍ଜାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେହିପରି  ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାରଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗଛି । ଏଥର ଅଭିନୟକୁ ଅନ୍ୟବର୍ଷ ତୁଳନାରେ  ଆହୁରି ଆକର୍ଷଣୀୟ କରିବା ପାଇଁ କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି। ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପ ମଥୁରାନଗରୀ କଳାକାର ଏବଂ ଅମ୍ବାପାଲିର ଗଜପତି ମଣ୍ଡପ ଓ ପାର୍ବତୀ ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଗୋପପୁର କଳାକାରଙ୍କ ଆଖଡ଼ାଶାଳ ପାଲଟିଛି ଏବଂ ସେମାନଙ୍କ ଅଭ୍ୟାସରେ ସେହି ଆଖଡ଼ାଶାଳ କମ୍ପି ଉଠୁଛି।

ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ଚାଲିଥିବା ଅଭ୍ୟାସରେ ଅନ୍ୟ ଦିନ ଭଳି ଗୁରୁବାର କଂସ ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ଅଇଁଠୁ ସାହୁ, ଆର୍ତ୍ତତ୍ରାଣ ମହାପାତ୍ର, ନନ୍ଦିଘୋଷ ମହାପାତ୍ର, ପ୍ରଦୀପ ପଣ୍ଡା, ଶମ୍ଭୁ ଗୁରୁ, ମୁକେଶ ଆଚାର୍ଯ୍ୟ, ଲଳିତ ପଣ୍ଡା, ଲୋକନାଥ ସାହୁ, ବୃନ୍ଦାବନ ପ୍ରଧାନ, ଗୋଲାବ ଦାଶ ପ୍ରମୁଖ ରିହର୍ସଲ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମତି କଳାକାର ସମନ୍ବୟ ସମିତିର ସହ ଆବାହକ ଅଶୋକ ପ୍ରଧାନଙ୍କ ସମେତ ନକୁଳ ବାଦୀ, ଭୁବନ ଭୋଇ ପ୍ରମୁଖ ସେମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ସେହିପରି ଅମ୍ବାପାଲିରେ ଶିଶୁ କଳାକାର ଆୟୁଷ ବିର୍ତ୍ତିଆ(କୃଷ୍ଣ), ଆଶୁତୋଷ କୁମାର ବିର୍ତ୍ତିଆ (ବଳରାମ) ଏବଂ ଶ୍ରୀୟାଂଶୀ ମହାପାତ୍ରଙ୍କ ସହିତ   ଗୋପୀ, ଗୋପାଙ୍ଗନା ଓ ଗୋପାଳ ବାଳକମାନେ ଅଭ୍ୟାସ ଜାରି ରଖିଛନ୍ତି । ଅଗ୍ନି ଥପା, ରବିନ୍ଦ୍ର ପୂଜାରୀ, ସୁଶୀଲ ମହାପାତ୍ର, ପଞ୍ଚାନନ ବିର୍ତ୍ତିଆ ପ୍ରମୁଖଙ୍କ ତତ୍ତ୍ବାବଧାନରେ ସେଠାରେ ଶିଶୁ କଳାକାରଙ୍କ ରିହର୍ସଲ ଚାଲିଛି।

Loading...
  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...