Home ରାଜ୍ୟ ୨୪ରେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଏବଂ ବୋକାରୋ-ଅନୁଗୋଳ ସେକ୍ସନର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

୨୪ରେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଏବଂ ବୋକାରୋ-ଅନୁଗୋଳ ସେକ୍ସନର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତର ଆସି ଭାରତୀୟ ତୈଳ ନିଗମର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଏବଂ ଗେଲ୍(ଇଣ୍ଡିଆ)ର ପ୍ରଧାନମନ୍ତ୍ରୀ ‘ଉଜ୍ଜ୍ୱର୍ାଗଙ୍ଗା ଯୋଜନା’ ଅନ୍ତର୍ଗତ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ- ଧାମରା ଗ୍ୟାସ ପାଇପଲାଇନ ଅଧିନସ୍ଥ ବୋକାରୋ-ଅନୁଗୁଳ ସେକ୍ସନର ଭିତିପ୍ରସ୍ତର ସ୍ଥାପନ କରିବେ ।
ଏହି ଦୁଇଟି ପାଇପଲାଇନ ପରିଯୋଜନା ନିମନ୍ତେ ୭୨୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହର ନିର୍ମାଣ କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପାଇପଲାଇନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା, ସମସ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକୁ ପେଟ୍ରୋଲିୟମଜାତ ଉତ୍ପାଦର ଯୋଗାଣ ଏକ ସୁରକ୍ଷିତ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଏବଂ ସୁଲଭ ଦରରେ ଉପଲବ୍ଧ କରାଯିବ । ଏହି ପାଇପଲାଇନ ପ୍ରକଳ୍ପ ଏକ ଭୂତଳ ପ୍ରକଳ୍ପ ହୋଇଥିବାରୁ ଏହାଦ୍ୱାରା ଜାତୀୟ ରାଜପଥ ଏବଂ ରେଳପଥ ଭିଡ଼ମୁକ୍ତ ହୋଇପାରିବ କାରଣ ବର୍ତମାନ ପେଟ୍ରୋଲିୟମଜାତ ଉତ୍ପାଦଗୁଡ଼ିକ ଏହି ପରିବହନ ମାର୍ଗ ମାଧ୍ୟମରେ ବ୍ୟାପକ ଭାବେ ସ୍ଥାନାନ୍ତର କରାଯାଉଛିା ଏହି କାର୍ଯ୍ୟ ଦ୍ୱାରା ଷ୍ଟିଲ୍ ରିଫ୍ରାକ୍ଟୋରିଜ୍, ଆଲୁମିନିୟମ ଓ ଅନ୍ୟାନ୍ୟ ଉଦ୍ୟୋଗ ଗୁଡ଼ିକର ଶକ୍ତି ଚାହିଦା ପୂରଣ ହେବା ସହ ହଜାର ହଜାର ସ୍ଥାନୀୟ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ମାଧ୍ୟମରେ ତୈଳଜାତ ଉତ୍ପାଦ ମୋଟର ସ୍ପିରିଟ(ପେଟ୍ରୋଲ), ହାଇସ୍ପିଡ୍ ଡିଜେଲ, ବିମାନ ଟରବାଇନ୍ ଇନ୍ଧନ ଏବଂ ଉଚ୍ଚମାନର କିରୋସିନ ପାରାଦୀପ ରିଫାଇନାରୀରୁ ଯୋଗାଣ ନିମନ୍ତେ ଡିଜାଇନ କରାଯାଇଛି । ଏହି ପ୍ରସ୍ତାବିତ କାର୍ଯ୍ୟ ମାଧ୍ୟମରେ ୧୬ ଟି ଜିଲାରେ ଓଡ଼ିଶା(୬ଜିଲା), ଆନ୍ଧ୍ରପ୍ରଦେଶ(୬ଜିଲା), ଏବଂ ତେଲେଙ୍ଗାନା (୪ ଜିଲା) ର ୧୨୧୨ କିମି
ଦୀର୍ଘ ପାଇପଲାଇନ ବିଛାଇବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ୩୩୦ କିମି, ଆନ୍ଧ୍ରପ୍ରଦେଶରେ ୭୨୨ କିମି ଏବଂ ତେଲେଙ୍ଗନାରେ ୧୬୦ କିମି ପାଇପଲାଇନ ବିଛାଇବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ନିମନ୍ତେ ୩୮୦୮ କୋଟି (ପାଇପଲାଇନ:୩୩୩୮ କୋଟି, ବିପଣନ ସୁବିଧା: ୩୨୯ କୋଟି ଏବଂ ବିଶୋଧନ ସୁବିଧା: ୧୪୧କୋଟି ଟଙ୍କା) ବ୍ୟୟ ଅଟକଳ କରାଯାଇଛି ଏବଂ ୨୦୨୦ ମସିହା ଅଗଷ୍ଟ ମାସ ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ୪.୫ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ପାରାଦୀପ ରିଫାଇନାରୀରୁ ଇନ୍ପୁଟ (ତୈଳ) ସଂଗ୍ରହ କରି ଓଡ଼ିଶାର ବ୍ରହ୍ମପୁରଠାରେ ହେବାକୁ ଥିବା ପିଓଏଲ୍ ଡିପୋ, ଆନ୍ଧ୍ରପ୍ରଦେଶସ୍ଥିତ ଭାଇଜାକ ଓ ବିଜୟୱାଡ଼ା ଡିପୋ ଏବଂ ପ୍ରସ୍ତାବିତ ଅଚ୍ୟୁତପୁରମ୍ ଡିପୋ ଏବଂ ହାଇଦ୍ରାବାଦ୍ର ତେଲେଙ୍ଗାନା ଡିପୋଠାରେ ମହଜୁଦ କରି ରଖିବ । ଉପରୋକ୍ତ ବ୍ୟତୀତ ଏହି ତୈଳଜାତ ଦ୍ରବ୍ୟ ପାଇପଲାଇନ ମାଧ୍ୟମରେ ଭାଇଜାକ୍ ବନ୍ଦରରେ ମଧ୍ୟ ଉପଲବ୍ଧ ହେବ ।
‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱର୍ାଗଙ୍ଗା’ ଅନ୍ତର୍ଗତ ବୋକାରୋ-ଅନୁଗୋଳ ସେକ୍ସନ ବୋକାରୋ-ଅନୁଗୋଳ ସେକ୍ସନ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଉଛି ଯାହାର ସମୁଦାୟ ଲମ୍ବ ହେଉଛି ୬୬୭ କିମି ଯେଉଁଥିରୁ ଓଡ଼ିଶାରେ ୩୬୭ କିମି ଓ ଝାଡ଼ଖଣ୍ଡରେ ୩୦୦ କିମି ରହିଛି । ଏହା ଓଡ଼ିଶାର ପାଂଚଟି ଜିଲ୍ଲାକୁ (ଅନଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼) ଓ ଝାଡ଼ଖଣ୍ଡର ଛଅଟି ଜିଲ୍ଲାକୁ କଭର କରିବ (ବୋକାରୋ, ରାମଗଡ଼, ରାଂଚି, ଖୁଂଟି, ଗୁମ୍ଲା, ସିମ୍ଡେଗା) । ଏହି ସେକ୍ସନର ପ୍ରକଳ୍ପ ମୂଲ୍ୟ ରହିଛି ପ୍ରାୟ ଟ.୩୪୦୦ କୋଟି ଓ ଏହା ଡିସେମ୍ବର ୨୦୨୦ ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ସେକ୍ସନଟି ୨୬୫୦ କିମି ଲମ୍ବ ଜେଏଚ୍ବିଡିପିଏଲ୍ ପ୍ରକଳ୍ପର ଏକ ଅଂଶ ଅଟେ ଯାହା ‘ପ୍ରଧାନ ମନ୍ତ୍ରୀ ଉର୍ଜା ଗଙ୍ଗା’ ଭାବରେ ଲୋକପ୍ରିୟ ଓ ଏହା ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶା ମଧ୍ୟ ଦେଇ ଯାଇଛି । ଏହି ପାଇପ୍ଲାଇନ୍କୁ ପୁନଶ୍ଚ ବରୌନି (ବିହାର) ରୁ ଗୌହାଟି (ଆସାମ) ଯାହାର ଲମ୍ବ ପ୍ରାୟ ୭୩୦ କିମି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି ଯଦ୍ୱାରା ଉତର ପୂର୍ବରେ ପାଇପ୍ଲାଇନ୍ ଭିତିଭୂମିର ବିକାଶ ହୋଇପାରିଛି ।
ପେଟ୍ରୋଲିୟମ ଓ ନ୍ୟାଚୁରାଲ୍ ଗ୍ୟାସ୍ ରେଗୁଲାଟୋରି ବୋର୍ଡ଼ (ପିଏନ୍ଜିଆରବି) ୧୧ ଟି ଜିଲ୍ଲାରେ ବିଭିନ୍ନ ସଂସ୍ଥାନକୁ ସହରୀ ଗ୍ୟାସ ବିତରଣ ନେଟ୍ୱର୍କର ବିକାଶ ପାଇଁ ଭୌଗୋଳିକ କ୍ଷେତ୍ର ପ୍ରଦାନ କରିଛି ଓ ବୋକାରୋ ଅନୁଗୋଳ ସେକ୍ସନ ଏହି କ୍ଷେତ୍ରଗୁଡ଼ିକୁ ପ୍ରାକୃତିକ ଗ୍ୟାସ୍ର ବିତରଣ କରିବ । ପାଂଚଟି ବିଭାଗରେ ଏହି କାର୍ଯ୍ୟ କରାଯିବ ଓ ଏହି ଉଦ୍ଦେଶ୍ୟରେ ପାଂଚଜଣ ଠିକାଦାରଙ୍କୁ ନିୟୋଜିତ କରାଯାଇଛି ।
ଭୁବନେଶ୍ୱରଠାରେ ଭାରତୀୟ ତୈଳ ନିଗମ ଏବଂ ଗେଲ୍(ଇଣ୍ଡିଆ) ଲିମିଟେଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପି.ସି ଚୌବେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସ୍ଇଆର୍ପିଏଲ୍, ଇଣ୍ଡିଆନ୍ ଅଏଲ୍, ଶ୍ରୀ ପ୍ରୀତୀଶ ଭରତ, ରାଜ୍ୟସ୍ତରୀୟ ସଂଯୋଜକ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ଇଣ୍ଡିଆନ୍ ଅଏଲର ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ଏସ୍ କେ ପାଠକ, ମୁଖ୍ୟ ମହାପ୍ରବନ୍ଧକ, ନିର୍ମାଣ, ଗେଲ (ଇଣ୍ଡିଆ) ଲିମିଟେଡ ଏବଂ ଶ୍ରୀ ଶ୍ରୀନିବାସ ପାତ୍ର, ବରିଷ୍ଠ ପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...