State

ବେଲାଦୁଲାରେ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ

  •  
  •  
  •  
  •  
  •  
  •  
  •  

ଆଠମଲ୍ଲିକ: ଯୁବକଯୁବତୀମାନଙ୍କର ନେତୃତ୍ୱର ବିକାଶ ତଥା ଭାରତ ନିର୍ମାଣରେ ସେମାନଙ୍କର ସକ୍ରିୟ ଭୂମିକା ଗ୍ରହଣ ମୂଳ ଉଦ୍ଦେଶ୍ୟ ନେଇ ଭାରତ ସରକାର ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟର ଯୋଜନା ପଡୋଶୀ ଯୁବ ସଂସଦର କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତର ବେଲାଦୁଲା ଗ୍ରାମଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘର ।ୟୋଜନରେ ଏବଂ ନେହେରୁ ଯୁବକେନ୍ଦ୍ର ଅନୁଗୋଳର ସହଯୋଗରେ ଅନୁଷ୍ଠିତ ହୋଇଅଛି । ଗ୍ରାମର ହାଟପଦାଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଗଣ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମାଁ ମାଉଳୀ ଯୁବକ ସଂଘର ଉପଦେଷ୍ଟା ପ୍ରତାପ ମେହେର ଏହି ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଅନୁଷ୍ଠିତ ସଭାକାର୍ଯ୍ୟରେ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ରୂପେ ଇଂ ଆବାସା କୁମାର କ୍ଷେତୀ, ଶିକ୍ଷକ ସରୋଜ କୁମାର ପ୍ରଧାନ, ବନ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା, ଏମ୍.ବି.କେ, ସୁଫଳା ମାହାର ପ୍ରମୁଖ ଯୋଗ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ଯୁବକମାନଙ୍କର ଭୂମିକା ତଥା ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମର ଉକ୍ରୃଷ୍ଟ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଅନୁଗୋଳର କର୍ମକର୍ତ୍ତା କୌଶିକ ମେହେର ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ବୌଦ୍ଧ ଶାଖାର ସାମର୍ଥ୍ୟ ଭୁବନ ମେହେର, ବେଲାଦୁଲାର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ସରସ୍ୱତୀ ପୁଜା କମିଟି, ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ, ବାବା ସିଦେ୍ଧଶ୍ୱର କ୍ଲବ, ଗୌତମପୁର ତଥା ଗ୍ରାମର ବୁଦ୍ଧିଜିବୀ, ଜନସାଧାରଣ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମର ମାଁ ମାଉଳୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ପାଠାଗାରର ପ୍ରତିଷ୍ଠା ନିମନ୍ତେ ଇଂ ଆଭାସ କୁମାର କ୍ଷେତୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସେ ସହଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଈଶ୍ୱର ମେହେର, ଅକ୍ରୁର ମେହେର, ଦୁଃଖିଶ୍ୟାମ ମେହେର, ପ୍ରଫୁଲ୍ଲ ମେହେର, ରାଜୀବ ମେହେର, ଧର୍ମୁଧର ମେହେର ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସଦସ୍ୟ କୌଶିକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...