State

ବିିଜେପି ଫୋକସରେ ୩୬ ହଜାର ବୁଥ, ଓଡିଶା ବିକାଶର ପ୍ରୟୋଗଶାଳା ହେବ-ଧର୍ମେନ୍ଦ୍ର

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ବିଜେପି ଫୋକସରେ ରହିଛି ଓଡିଶାର ୩୬ ହଜାର ବୁଥ । ବୁଥ ମଜଭୂତ କାମରେ ବିଜେପି ଲାଗିଛି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଲଢିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନରର ଉତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ବିକାଶ, ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ସାରା ଦେଶ ଏବେ ଆସ୍ଥା ସ୍ଥାପନ କରିବାରେ ଲାଗିଛି । ଡବଲ ଇଂଜିନ ଲଗାଇବା ପାଇଁ ବିଜେପି କାମ ଆରମ୍ଭ କରିଦେଇଛି । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର କରିବା ଆମର ଲକ୍ଷ୍ୟ । ଓଡିଶାର ବିକାଶର ପ୍ରୟୋଗଶାଳା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ବିଜେପି କଂଗ୍ରସ ମୁକ୍ତ ଅଭିଯାନରେ ଅଛି । ପ୍ରଧାନମନ୍ତ୍ରୀ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ରେଳବାଇ ବଜେଟ ଠାରୁ ଆରମ୍ଭ କରି, ଖଣିଜପାଣ୍ଠି, ସ୍ୱଚ୍ଛଭାରତ ପରି କାଯ୍ୟକ୍ରମ ଏବେ ଲୋକମାନଙ୍କ ପାଇଁ ଉଦିଷ୍ଟ ରହିଛି । ଓଡିଶାର ବିକାଶ ପାଇଁ ବିଜେପି ତାର କାମ ଆରମ୍ଭ କରିଛି ବୋଲି ଶ୍ରୀ ପ୍ରଧାନ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...